ଘମାଘୋଟ ଲଢ଼େଇ ଭିତରେ ସହାୟତା ପାଇଁ ଗାଜାରେ ପ୍ରବେଶ କଲା ଟ୍ରକ । ମିଳିତ ଜାତିସଂଘର ହସ୍ତକ୍ଷେପ ପରେ ଯୁଦ୍ଧ ପ୍ରଭାବିତଙ୍କୁ ସହାୟତା ।

318

କନକ ବ୍ୟୁରୋ: ଯୁଦ୍ଧତ୍ରସ୍ତ ଗାଜାରେ ପହଂଚିଲା ସହାୟତା । ଇସ୍ରାଏଲ୍- ହମାସ ଲଢ଼େଇର ୧୫ ଦିନ ପରେ ମାନବୀୟ ସହାୟତା ନେଇ ଗାଜାରେ ପ୍ରବେଶ କରିଛି ଟ୍ରକ୍ । ଇଜିପ୍ଟ ସୀମା ଦେଇ  ଏହି ସହାୟତାର ଟ୍ରକ୍ ଯାଇଥିବା ସୂଚନା ମିଳିଛି ।

ଇଜିପ୍ଟର ଗଣମାଧ୍ୟମ ଗୁଡ଼ିକରେ ଆସିଥିବା ଚିତ୍ର ଅନୁସାରେ ଏକାଧିକ ଟ୍ରକ୍ ଲାଇନ୍ ହୋଇ ଗାଜାରେ ପ୍ରବେଶ କରୁଛି । ଏହି ଟ୍ରକ୍ ଗୁଡ଼ିକରେ ଯୁଦ୍ଧରେ ପ୍ରଭାବିତ ଲୋକଙ୍କ ପାଇଁ ଆବଶ୍ୟକୀୟ ସହାୟତା ପଠାଇଛି । ମିଳିତ ଜାତିସଂଘର ହସ୍ତକ୍ଷେପ ପରେ ଏହି ମାନବୀୟ ସହାୟତା ପଠାଯାଇଛି । ଏଥିରେ ବିଶ୍ୱସ୍ତରୀୟ ସଂଗଠନ ପକ୍ଷରୁ ଏହି ସହାୟତା ଯୋଗାଇ ଦିଆଯାଇଛି । ଇସ୍ରାଏଲ୍- ହମାସ ଲଢ଼େଇ ଯୋଗୁଁ ବର୍ତମାନ ସୁଦ୍ଧା ଗାଜାରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଇସ୍ରାଏଲର ଘନଘନ ଆକ୍ରମଣ ପରେ ଗାଜାର ସ୍ଥିତି ସଂଗୀନ ରହିଛି । ଯୁଦ୍ଧ ଯୋଗୁଁ ଲୋକମାନେ ସର୍ବନିମ୍ନ ଆବଶ୍ୟତା ପାଇଁ ଲୋକ ସଂଘର୍ଷ କରୁଛନ୍ତି ।