ୟୁପିର ଚର୍ଚ୍ଚିତ ପୂର୍ବ ଆଇପିଏସ୍ ଅମିତାଭ ଠାକୁରଙ୍କ ବଡ ଘୋଷଣା, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଲଢିବେ ନିର୍ବାଚନ

355

କନକ ବ୍ୟୁରୋ : ଆସନ୍ତା ବର୍ଷ ୟୁପିରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି । ଶନିବାର ଦିନ ସକାଳେ ୟୁପିର ପୂର୍ବତନ ଚର୍ଚ୍ଚିତ ଆଇପିଏସ୍ ଅମିତାଭ ଠାକୁର ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ସେ ତାଙ୍କ ଟ୍ୱିଟର ଯୋଗେ ଏହି ସୂଚନା ଦେବା ସହ ଲେଖିଛନ୍ତି କି ସେ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ସମସ୍ତ ସାଥୀମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଏହାକୁ ନଜରରେ ରଖି ସେ କହିଛନ୍ତି କି ୨୦୨୨ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବେ ସେ ତାଙ୍କ ବିରୋଧରେ ପ୍ରାର୍ଥୀ ହେବେ ।

ସେ ଆହୁରି କହିଛନ୍ତି କି, “ଜଣାଅଛି କି ମୋତେ ଭୋଟ କମ୍ ମିଳିବ, କାରଣ ମୋ ଠାରେ ରାଜନେତାର କୌଣସି ଗୁଣ ନାହିଁ, ହେଲେ ମୁଁ ଯୋଗୀଙ୍କ ନିର୍ବାଚନୀ ଆଚାରସଂହିତା ସମ୍ପୂର୍ଣ୍ଣ ପାଳନ କରିବାକୁ ଚେଷ୍ଟା କରିବି ”

କହିରଖୁ କି, ୧୯୯୨ ବ୍ୟାଚର ଆଇପିଏସ ଅଧିକାରୀ ବିହାରର ବାସିନ୍ଦା । ସେ ୟୁପିର ୭ ଟି ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି । ସେ ଜଣେ କଡା ମିଜାଜର ପୋଲିସ ଅଫିସର ଭାବେ ବେସ୍ ଜଣାଶୁଣା । ଏହାସହ ସେ ନ୍ୟାସନାଲ ଆରଟିଆଇ ଫୋରମର ସଂସ୍ଥାପକ ବି ଥିଲେ ।