ଆଜି ମିଳିଲାନି ଇଣ୍ଟରନେଟ୍ ସେବା । ସମ୍ବଲପୁରରେ ଇଣ୍ଟରନେଟ୍ ସେବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ୧୨ ଘଣ୍ଟା ।

112

କନକ ବ୍ୟୁରୋ: ସମ୍ବଲପୁରରେ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ୧୨ଘଣ୍ଟା । ଆଜି ସନ୍ଧ୍ୟା ୬ଟାରୁ ମୋବାଇଲ ଇଣ୍ଟରନେଟ ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ସମ୍ବଲପୁର ସହରର ସ୍ଥିତିକୁ ଆଖିରେ ରଖି ଆହୁରି ୧୨ ଘଣ୍ଟା କଟକଣା ବଢାଇ ଦେଇଛି ପ୍ରଶାସନ । ଆସନ୍ତାକାଲି ସକାଳ ୬ଟାରେ ମୋବାଇଲ ଇଣ୍ଟରନେଟ ସେବା ସହରରେ ମିଳିବ । ସମ୍ବଲପୁରରେ କର୍ଫ୍ୟୁ କଟକଣା କୋହଳ ହୋଇଥିବା ବେଳେ ରାତ୍ରୀ କାଳୀନ କର୍ଫ୍ୟୁ କଟକଣା ବଳବତର ରହିଛି । ଭୋର ୫ଟାରୁ ସନ୍ଧ୍ୟା ୭ଟା ଯାଏଁ କର୍ଫ୍ୟୁ କଟକଣା କୋହଳ ରହିଛି । ରାତି ୭ଟାରୁ ଭୋର ୫ଟା ଯାଏଁ ସହରରେ କର୍ଫ୍ୟୁ କଟକଣା ବଳବତର ରହିବ । ସେପଟେ କଡା ସୁରକ୍ଷା ବଳୟରେ ସମ୍ବଲପୁରରେ ଇଦ୍ ପାଳିତ ହୋଇଯାଇଛି । ସହରରେ ୪୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସାମ୍ପ୍ରଦାୟିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ, ଇଦ୍ ବେଳେ ସମ୍ବଲପୁରରେ ସାର୍ବଜନୀନ ସ୍ଥାନ ବଦଳରେ କେବଳ ମସଜିଦ ଭିତରେ ନମାଜ ପାଠ କରାଯାଇଛି ।