ବିନା ସୁଧରେ ଚାଷୀଙ୍କୁ ଋଣ: ୪୪୧ କୋଟି ଟଙ୍କା ସୁଧ ରିହାତି

991

କନକ ବ୍ୟୁରୋ: ମିଶନ ଶକ୍ତିର ମହିଳାଙ୍କୁ ବିନା ସୁଧରେ ରୁଣ ଯୋଗାଇ ଦେବା ପରେ, ରାଜ୍ୟ ସରକାରଙ୍କ ଫୋକସରେ କୃଷକ । ଚାଷୀ ଅକ୍ଷୟ ତୃତୀୟାରେ ଜମିରେ ଚାଷ ଅନୁକୂଳ କରିବାର ଦିନକ ପରେ, ସେମାନଙ୍କ ପାଇଁ ପେଡି ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ରୁଣ ସମବାୟ ସମିତିଙ୍କୁ ୨୦୨୨-୨୩ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ରୁଣ ରିହାତି ପ୍ରଦାନ କରିଛନ୍ତି ନବୀନ । ଏହି ଅବସରରେ ନବୀନ କହିଛନ୍ତି, ଚାଷୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟ୍୍ନ୍ତ ଶସ୍ୟ ରୁଣ ଦିଆଯାଇଛି । ଚାଷୀଙ୍କୁ ବିନା ସୁଧରେ ରୁଣ ଦେବାରେ ଓଡିଶା ପ୍ରଥମ । ୨୦୨୨-୨୩ ପାଇଁ ଆଜି ୪ଶହ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ଦିଆଯାଇଛି । ଏହାଦ୍ୱାରା ୩୫ଲକ୍ଷ ଚାଷୀ ଉପକୃତ ହେବେ ।

ରୁଣ ଉପରେ ସୁଧ ରିହାତି ଯୋଗୁଁ ଚାଷୀ କିପରି ଚାଷ ଓ ବ୍ୟବସାୟ କରି ନିଜ ପରିବାରକୁ ସୁରୁଖୁରରେ ଚଳାଇ ପାରୁଛନ୍ତି, ସେ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମତ ରଖିଛନ୍ତି ତିନି ହିତାଧିକାରୀ । କହିଛନ୍ତି, ବିନା ସୁଧରେ ରୁଣ ଯୋଗୁଁ ଅନେକ ପରିବାର ସ୍ୱାବଲମ୍ବୀ ହୋଇ ପାରିଛନ୍ତି ।

ନବୀନ ସୁଧ ରିହାତି ପ୍ରଦାନ କରିବା ପରେ, ପଦକ୍ଷେପକୁ ସ୍ୱାଗତ କରିଥିଲେ ବି ପ୍ରଶ୍ନ ଉଠାଇଛନ୍ତି ଚାଷୀ ନେତା । ଆଉ, ପ୍ରକୃତ ଚାଷୀ କିଭଳି ରୁଣ ପାଇବ, ଉପକୃତ ହେବ, ତା ଉପରେ ନଜର ଦେବାକୁ ଆହ୍ୱାନ ଦେଇଛନ୍ତି ଚାଷୀ ନେତା । ଚାଷୀ ରୁଣ ଉପରେ, ୨୦୨୨-୨୩ ବର୍ଷ ପାଇଁ ୮୫୦ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।