ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ । କୋହଲିଙ୍କ ଖେଳିବା ନେଇ ସସପେନ୍ସ, ରୋହିତଙ୍କ ସହ ଓପନିଂ କରିପାରନ୍ତି ଦଳର ପୁରୁଣା ଖେଳାଳୀ ।

209

କନକ ବ୍ୟୁରୋ : ଶେଷ ଟେଷ୍ଟରେ ପରାଜୟ, ଟି-୨୦ ସିରିଜ ବିଜୟ ପରେ ଆଜି ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଓଭାଲରେ ପ୍ରଥମ ଦିନିକିଆ ମ୍ୟାଚ୍ ସହ ଏହି ଅଭିଯାନ ଆରମ୍ଭ ହେବ । ସନ୍ଧ୍ୟା ୫.୩୦ ସମୟରେ ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ ଭାରତର ଚୂଡାନ୍ତ ଏକାଦଶରେ କିଏ ସ୍ଥାନ ପାଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଦୀର୍ଘ ୫ ମାସ ପରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିଛନ୍ତି ଶିଖର ଧୱନ । ତେଣୁ ରୋହିତଙ୍କ ସହ ଓପନିଂ କରିପାରନ୍ତି ଧୱନ । ତେବେ କୋହଲି ପ୍ରଥମ ଦିନିକିଆ ଖେଳିବେ କି ନାହିଁ ତାହାକୁ ନେଇ ସସପେନ୍ସ ଲାଗି ରହିଛି । କାରଣ ଶେଷ ଟି-୨୦ରେ ଆହତ ହୋଇଥିଲେ କୋହଲି ।

ଆହତ ସମସ୍ୟା ପାଇଁ ଯଦି କୋହଲିଙ୍କୁ ବିଶ୍ରାମ ଦିଆଯାଏ ତେବେ ତାଙ୍କ ସ୍ଥାନରେ ଇଶାନ କିଷାନଙ୍କୁ ଦେଖିବାକୁ ମିଳିପାରେ । ସେହିଭଳି ଶେଷ ଟି-୨୦ରେ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବାକୁ ପ୍ରବଳ ଦାବିଦାର ରହିଛନ୍ତି । ଏଭଳିସ୍ଥଳେ ଶ୍ରେୟସ ଆୟରଙ୍କୁ ଚୂଡାନ୍ତ ଏକାଦଶରୁ ଆଉଟ ହେବାକୁ ପଡିପାରେ । ସେହିଭଳି ବୋଲିଂର ମଙ୍ଗ ମହମ୍ମଦ ସାମି, ଯଶପ୍ରୀତ ବୁମରା, ସିରାଜ ଓ ୟୁଜବେନ୍ଦ୍ର ଚହଲଙ୍କ ହାତରେ ରହିପାରେ । ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୈଦାନକୁ ଓହ୍ଲାଇପାରନ୍ତି ରୋହିତ ।