ପୃଥିବୀ ଠାରୁ ଦୂରେଇ ଯାଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରରେ ଓହ୍ଲାଇବାକୁ ଆଉ ପ୍ରାୟ ୪୦ ଦିନ !

804

କନକ ବ୍ୟୁରୋ : ଭାରତର ବହୁ ପ୍ରତିକ୍ଷିତ ‘ଚନ୍ଦ୍ରଯାନ-୩’ ସଫଳତାର ସହ ଉତ୍କ୍ଷେପଣ ପରେ ଏବେ ସଫ୍ଟ ଲ୍ୟାଣ୍ଡିଂକୁ ଅପେକ୍ଷା । ଦିନ ଯେତିକି ଗଡୁଛି ଉକ୍ରଣ୍ଠା ସେତିକି ବଢିବାରେ ଲାଗିଛି । ପୃଥିବୀର କକ୍ଷ ପଥରେ ଘୁରି ବୁଲୁଥିବା ଚନ୍ଦ୍ରଯାନ-୩କୁ ଅହରହ ନୀରିକ୍ଷଣ କରୁଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ । ଯାହା ଜଣାପଡିଛି
‘ଚନ୍ଦ୍ରଯାନ-୩’ର ସ୍ଥିତି
– ୧୫ ଜୁଲାଇ ଦିନ ୧୨ଟା ୫ରେ ‘ଚନ୍ଦ୍ରଯାନ-୩’ର ପ୍ରଥମ କକ୍ଷପଥରେ ପରିବର୍ତ୍ତନ କରାଯାଇଛି
– ଶୁକ୍ରବାର ଏହା ପୃଥିବୀଠାରୁ ୩୬ ହଜାର ୫୦୦ କିଲୋମିଟର ଦୂର କକ୍ଷପଥରେ ଘୁରି ବୁଲୁଥିଲା
– ଶନିବାର ଏହି ଦୂରତାକୁ ଅତିକ୍ରମ କରି ୪୨ ହଜାର କିଲୋମିଟର ଦୂର କକ୍ଷପଥକୁ ପ୍ରବେଶ କରିଛି
– ପୃଥିବୀ ଚାରିପାଖରେ ‘ଚନ୍ଦ୍ରଯାନ-୩’ ଅଣ୍ଡାକାର ଆକାରରେ ଘୁରି ବୁଲୁଥିବା ସ୍ପଷ୍ଟ କରିଛି ଇସ୍ରୋ

‘ଚନ୍ଦ୍ରଯାନ-୩’ର ଗିତିବିଧି ଉପରେ ସତର୍କ ନଜର ରଖିଛନ୍ତି ଇସ୍ରୋର ବୈଜ୍ଞାନିକ । କିଛି ଏହିଭଳି ପର୍ଯ୍ୟାୟକ୍ରମେ ‘ଚନ୍ଦ୍ରଯାନ-୩’ର କକ୍ଷପଥ ବଦଳାଇ ପୃଥିବୀଠାରୁ ଦୂରେଇବା ସହ ଚନ୍ଦ୍ରର ନିକଟତର ହେବ । ପ୍ରାୟ ମାସେ ଯାଏଁ ଏଭଳି ପ୍ରକ୍ରିୟା ଜାରି ରହିବ ।

‘ଚନ୍ଦ୍ରଯାନ-୩’ର ଯାତ୍ରା
– ପୃଥିବୀ ପୃଷ୍ଠର ୧ ଲକ୍ଷ କିଲୋମିଟର ଦୂରରେ ପହଂଚିବା ଯାଏଁ ‘ଚନ୍ଦ୍ରଯାନ-୩’ର କକ୍ଷପଥକୁ ବଦଳାଇ ଚାଲିବେ ଇସ୍ରୋ ବୈଜ୍ଞାନିକ
– ପରେ ଏକ ବଡ଼ ଓ ତୀର୍ଜକ ଲମ୍ଫ ଦେଇ ‘ଚନ୍ଦ୍ରଯାନ-୩’ ଲୁନାର ଅର୍ବିଟ ଅର୍ଥାତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ
– ‘ଚନ୍ଦ୍ରଯାନ-୩’ରେ ଥିବା ଲ୍ୟାଣ୍ଡର ଓ ରୋଭରକୁ ନେଇ ଏବେ ପୃଥିବୀର ପରିକ୍ରମା କରୁଛି ପ୍ରପଲ୍ସନ ମଡ୍ୟୁଲ
– ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଅଗଷ୍ଟ ୧୭ରେ ପ୍ରପଲ୍ସନ ମଡ୍ୟୁଲ ଲ୍ୟାଣ୍ଡର ଓ ରୋଭରଠାରୁ ଅଲଗା ହୋଇଯିବ

ଚନ୍ଦ୍ରପୃଷ୍ଠର ପ୍ରାୟ ୧୦୦ କିଲୋମିଟର ନିକଟତର ହେବା ପରେ ଲ୍ୟାଣ୍ଡରର ଗତିକୁ କମ୍ କରିବା ପାଇଁ ଡି-ବୁଷ୍ଟିଂ କରାଯିବ । ଫଳରେ ଏହା ଧିର ଗତିରେ ଚନ୍ଦ୍ରପୃଷ୍ଠକୁ ଅବତରଣ କରିବ । ୨୩ ଅଗଷ୍ଟରେ ଏହି ପ୍ରକ୍ରିୟା ଶେଷ କରିବାକୁ ସ୍ଥିର କରିଛନ୍ତି ଇସ୍ରୋର ବୈଜ୍ଞାନିକ । ଫଲରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିପାରିବ ଭାରତର ଚନ୍ଦ୍ରଯାନ-୩ । ପୂର୍ବ ଭୁଲରୁ ଶିକ୍ଷା ନେଇ ଏହି ପ୍ରକ୍ରିୟାକୁ ସୁଚାରୁ ରୂପେ କରିବା ପାଇଁ ସ୍ଥିର କରିଛନ୍ତି ଇସ୍ରୋ ବୈଜ୍ଞାନିକ   । ଏଥିପାଇଁ ଲ୍ୟାଣ୍ଡରରେ ଥିବା ଏକାଧିକ ସେନ୍ସର ବିଶେଷ ସହାୟକ ହେବ । ସେହିପରି ପୂର୍ବାପେକ୍ଷା ଲ୍ୟାଣ୍ଡରର ଲେଗ ବା ୪ଟି ଗୋଡକୁ ଅଧିକ ମଜଭୂତ କରାଯାଇଛି । ସେହିପରି ଲ୍ୟାଣ୍ଡିଂ ସ୍ଥାନରେ ମଧ୍ୟ ସାମାନ୍ୟ ପରିବର୍ତନ କରାଯାଛି । ୨୪ ଅଗଷ୍ଟରେ ଏହି ପ୍ରକ୍ରିୟା ସଫଳତାର ସହ ଶେଷ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଂଚିବାରେ ଭାରତ ହେବ ବିଶ୍ୱର ପ୍ରଥମ ଦେଶ ।