ଆରବ ସାଗରରେ ବୁଡିଲା ଭାରତୀୟ ଜଳ ଜାହାଜ ‘ଜମନା ସାଗର’, ୯ ଚାଳକଙ୍କୁ ଏଭଳି ଉଦ୍ଧାର କଲା ପାକିସ୍ତାନ ନୌସେନା

2,493

କନକ ବ୍ୟୁରୋ : ପାକିସ୍ତାନ ନୌସେନା ପକ୍ଷରୁ ବୁଧବାର ଦିନ ଦାବି କରାଯାଇଛି କି ଆରବ ସାଗରରେ ଭାରତୀୟ ଜଳ ଜାହାଜ ଜମନା ସାଗର ବୁଡିଯିବା ବେଳେ ସେମାନଙ୍କ ସେନା ଦ୍ୱାରା ୯ ଜଣ ଭାରତୀୟ ଜଳ ଜାହାଜ ଚାଳକଙ୍କୁ ଉଦ୍ଧାର କରାଯାଇଛି । ପାକିସ୍ତାନ ନୌସେନାର ଜନ ସଂପର୍କ ମହାନିର୍ଦ୍ଦେଶକ ତାଙ୍କ ବୟାନରେ କହିଛନ୍ତି କି ଏହି ଘଟଣା ବେଲୁଚିସ୍ତାନ ନିକଟ ତଟୀୟ ସହର ଗବାଦର ନିକଟରେ ଘଟିଥିଲା । ଘଟଣା କ୍ରମରେ ଭାରତୀୟ ଜଳ ଜାହାଜ ଜମନା ସାଗର ଆରବ ସାଗର ମଧ୍ୟରେ ବୁଡି ଯାଉଥିବା ବେଳେ ଜାହାଜରେ ୧୦ ଜଣ ଭାରତୀୟ ଚାଳକ ଥିଲେ । ଏହା ଦେଖିବା ପରେ ପାକିସ୍ତାନ ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇ ୯ ଜଣ ଭାରତୀୟ ଚାଳକଙ୍କୁ ଉଦ୍ଧାର କରାଯାଇଛି ।

 

ସମ୍ପୂର୍ଣ୍ଣ ସୂଚନା ମୁତାବକ ଏଭଳି ଏକ ଦୁର୍ଘଟଣାର ଖବର ପାଇବା ପରେ ପାକିସ୍ତାନ ସୂଚନା କେନ୍ଦ୍ର ତୁରନ୍ତ ସେଠାରେ ଥିବା ବାଣିଜ୍ୟ ଜାହାଜ ଏମଟି କ୍ୟୁଇବେକ ସହାୟତାରେ ସମୁଦ୍ର ମଧ୍ୟରୁ ୯ ଜଣ ଭାରତୀୟ ଚାଳକଙ୍କୁ ଉଦ୍ଧାର କରିଥିଲେ । ଏହାର କିଛି ସମୟ ପରେ ଅନ୍ୟ ଜଣେ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।