ଟ୍ରେଣ୍ଡ କରୁଛି #NaveenAlwaysNo1, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କ ସଫଳତା ।

214

କନକ ବ୍ୟୁରୋ: ଟ୍ୱିଟରରେ ଟ୍ରେଣ୍ଡ କରୁଛି ନବୀନ ଅଲୱେଜ ନଂ ୧ । ଇଣ୍ଡିଆ ଟୁଡେର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କ ସଫଳତା ପରେ ବର୍ତ୍ତମାନ ଟ୍ୱିଟରରେ ଟ୍ରେଣ୍ଡ କରୁଛି । ରାଜ୍ୟର ୭୮ ପ୍ରତିଶତ ଜନତା ନବୀନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ସର୍ଭେରୁ ଜଣାପଡିଛି । ଲଗାତର ଭାବେ ଏହାକୁ ନେଇ ଲୋକେ ଟ୍ୱିଟ କରିବା ଦେଖିବାକୁ ମିଳିଛି ।

ଇଣ୍ଡିଆ ଟୁଡେର ଅଗଷ୍ଟ ସଂସ୍କରଣରେ ପ୍ରକାଶିତ ସର୍ଭେ ରିପୋର୍ଟରେ ତାଲିକାର ଦ୍ୱିତୀୟରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା,ତୃତୀୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅଛନ୍ତି । ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ଆସାମର ୬୩ ପ୍ରତିଶତ ଜନତା ସନ୍ତୁଷ୍ଟ ଥିବା ବେଳେ ଷ୍ଟାଲିନଙ୍କ ଉପରେ ତାମିଲନାଡୁର ୬୧ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ତେବେ ସାରା ଦେଶରେ ମୁଖ୍ୟମନ୍ତ୍ରୀ ହିସାବରେ ଲୋକପ୍ରିୟତା ତାଲିକାର ଶୀର୍ଷରେ ରହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ଲୋକପ୍ରିୟତା ତାଲିକାର ଦ୍ୱିତୀୟରେ ଅରବିନ୍ଦ କେଜ୍ରିୱାଲ ଓ ତୃତୀୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି ।