ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ ଦକ୍ଷିଣ ଆଫ୍ରିକାର ଏହି ଖେଳାଳୀ । ଭାରତ ସହ ଖେଳିବେ ଶେଷ ଟେଷ୍ଟ ମ୍ୟାଚ୍

836

କନକ ବ୍ୟୁରୋ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟିକିଆ ଟେଷ୍ଟ ସିରିଜ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ୟାମ୍ପରୁ ଏକ ବଡ ଖବର ଆସିଛି । ଦଳର ପୂର୍ବତନ ଅଧିନାୟକ ଡିନ୍ ଏଲଗର ଏହି ଟେଷ୍ଟ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି ।

ଅବସର ନେଇ ଏଲଗର କହିଛନ୍ତି କି ‘ଏହି ଖେଳ ଖେଳିବା ତାଙ୍କର ସବୁଠାରୁ ବଡ ସ୍ୱପ୍ନ ଥିଲା । ହେଲେ ନିଜ ଦେଶ ପାଇଁ ପ୍ରତିନିଧିତ୍ୱ ମିଳିବା ତାଙ୍କ ପାଇଁ ସବୁଠାରୁ ବଡ କଥା ଥିଲା ।’   ଅନ୍ତର୍ଜାତୀୟ ସ୍ତରରେ ୧୨ ବର୍ଷ କ୍ରିକେଟ ଖେଳି ସେ ନିଜକୁ ବେଶ ଗୌରବାନ୍ୱିତ ମନେ କରିଛନ୍ତି ।

କେବଳ ସେତିକି ନୁହେଁ ଏଲଗର କହିଛନ୍ତି କି, ସର୍ବଦା ଭଲ ଜିନିଷର ଶେଷ ହୋଇଥାଏ । ଭାରତ ବିରୋଧରେ ଘରୋଇ ଶୃଙ୍ଖଳା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟର ଶେଷ ମ୍ୟାଚ୍ । ଏହା ଏମିତି ଏକ ଖେଳ ଯାହା ତାଙ୍କୁ ବହୁତ କିଛି ଦେଇଛି । କ୍ୟାପଟାଉନରେ ଭାରତ ବିପକ୍ଷ ମ୍ୟାଚ ମୋର ଶେଷ ମ୍ୟାଚ୍ ହେବ । ଏହା ବିଶ୍ୱରେ ମୋର ସବୁଠାରୁ ପସନ୍ଦଯୋଗ୍ୟ ଷ୍ଟାଡିୟମ  ବୋଲି ଏଲଗର କହିଛନ୍ତି    । ସୂଚନା ଥାଉକି ୨୦୨୩ ପ୍ରାରମ୍ଭରେ ତାଙ୍କୁ ଦକ୍ଷିଣ ଆଫ୍ରିକା ଟିମର ଅଧିନାୟକ ପଦରୁ ବିଦା କରାଯାଇଥିଲା  ଓ ତାଙ୍କ ସ୍ଥାନରେ ଟେମ୍ବା ବାବୁମାଙ୍କୁ ଦାୟିତ୍ୱ ମିଳିଥିଲା ।

୩୬ ବର୍ଷିୟ ଡିନ୍ ଏଲଗର ଦେଶ ପାଇଁ ୮୪ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହି କ୍ରମରେ ସେ ୫୧୪୬ ରନ କରିଛନ୍ତି । ଟେଷ୍ଟ କ୍ରିକେଟରେ ଏଲଗର ୧୩ଟି ଶତକ ଓ ୨୩ଟି ଅର୍ଦ୍ଧଶତକ କରିଛନ୍ତି । ଏଲଗର ୮ଟି ଏକଦିବସୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଏଥିରେ ସେ ୧୦୪ ରନ କରିବା ସହ ଅନ୍ତର୍ଜାତୀୟ କ୍ର୍ରିକେଟରେ ମୋଟ ୧୭ଟି ୱିକେଟ ହାସଲ କରିଛନ୍ତି ।