ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ : ଦିନିକିଆ ଶୃଙ୍ଖଳା ମୂଳପୋଛ ପରେ ଟି-୨୦ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ

278

କନକ ବ୍ୟୁରୋ : ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ରାଞ୍ଚିରେ ଖେଳାଯିବ ମ୍ୟାଚ୍ । ଟି-୨୦ ବିଶ୍ୱକପ୍ ପରେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ କୌଣସି ସିରିଜ୍ ହାରିନାହିଁ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏହି ଧାରା ବଜାର ରଖିବା ପାଇଁ ଚେଷ୍ଟା କରିବ ଦଳ ।

ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଜିତିଥିବାରୁ ଟି-୨୦ ସିରିଜ୍ ମଧ୍ୟ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୨୨ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୧୦ଟି ଜିତିଥିବା ବେଳେ କିୱି ଦଳ ଜିତିଛି ୯ଟି ମ୍ୟାଚ୍ । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୩ଟି ମ୍ୟାଚ୍ ରଦ୍ଦ ହୋଇଥିଲା ।