ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହେଲେ କୁଶଧ୍ୱଜ ସିଂ : ନ୍ୟୁରୋଫିବ୍ଲୋମା ରୋଗରେ ପୀଡିତ ଏହି ୪୬ ବର୍ଷିୟ ବ୍ୟକ୍ତି, ଖୁବଶୀଘ୍ର ହେବ ଅପରେସେନ୍

120

କନକ ବ୍ୟୁରୋ : ଏପରି ଏକ ରୋଗ ଆପଣ କେବେ ଦେଖିନଥିବେ କିମ୍ବା ଶୁଣିନଥିବେ । ଏଭଳି ଏକ ରୋଗରେ ପୀଡିତ ଅଛନ୍ତି ଅନୁଗୁଳ ଜିଲ୍ଲାର ଜରତା ଗାଁର ୪୬ ବର୍ଷିୟ କୁଶଧ୍ୱଜ ସିଂ । ଯେତେବେଳେ କୁଶଧ୍ୱଜ ଜନ୍ମଗ୍ରହଣ କଲେ ସେତେବେଳେ ତାଙ୍କୁ ମୁହଁରେ ଏକ ଛୋଟ ଭାତୁଡି ହୋଇଥିଲା । ସମୟ ବଢିବା ସହ କୁଶଧ୍ୱଜଙ୍କ ବୟସ ମଧ୍ୟ ବଢିବାରେ ଲାଗିଲା । ଆଉ ତା ସାଙ୍ଗକୁ ତାଳ ଦେଇ ବଢିଚାଲିଲା ଏହି ଭାତୁଡି । ଶେଷରେ ଏହି ଭାତୁଡି ଏପରି ବଢିଗଲାରେ କୁଶଧ୍ୱଜଙ୍କୁ ମୁହଁ ଲୁଚିଗଲା ।

ଏହାର ଚିକିତ୍ସା କରିବାକୁ ୨୦ ବର୍ଷ ତଳେ କୁଶ୍ୱଧ୍ୱଜ କଟକ ବଡ ମେଡିକାଲକୁ ଯାଇଥିଲେ । କିନ୍ତୁ ସେଠାରୁ ତାଙ୍କୁ ସେପରି କିଛି ସହଯୋଗ ନମଳିବାରୁ ସେ ଘରକୁ ପଳାଇ ଆସିଥିଲେ । ଆଉ ସେବେଠୁ ସେ ମେଡିକାଲ ଯାଇନାହାଁନ୍ତି । କିନ୍ତୁ ତାଙ୍କୁ ମୁହଁରେ ହୋଇଥିବା ଏହି ଭାତୁଡି ପାଇଁ ତାଙ୍କୁ ସମସ୍ତେ ପର କରିଦେଇଛନ୍ତି । ଦୁଇ ଭାଇ ଏବଂ ଜଣେ ଭଉଣୀ ଆଉ ପଚାରୁନଥିବା ବେଳେ ୮୦ ବର୍ଷିୟ ବୃଦ୍ଧା ମାଆଙ୍କ ସହ ରହୁଛନ୍ତି କୁଶଧ୍ୱଜ । ଛୋଟ ଛୁଆ କୁଶଧ୍ୱଜକୁ ଦେଖିଲେ ଭୟରେ ଦୌଡିପଳାଉଛନ୍ତି, ଆଉ ବଡ ଲୋକ ଘୃଣାରେ ନିଜକୁ କୁଶଧ୍ୱଜଙ୍କୁ ଦୁରେଇ ରଖୁଛନ୍ତି ।

ଯନ୍ତ୍ରଣାରେ ପୀଡିତ କୁଶଧ୍ୱଜଙ୍କ ଏଭଳି ସମସ୍ୟା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ନଜରରେ ପଡିଥିଲା । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କୁଶଧ୍ୱଜଙ୍କ ବିଷୟରେ ପୋଷ୍ଟ କରି ସହାୟତା କରିବାକୁ ନିବେଦନ କରିଥିଲେ । ସନ୍ଦିପ ମହାପାତ୍ର ନାମକ ଜଣେ ବ୍ୟକ୍ତି ଏବିଷୟରେ ଜାଣିବା ପରେ ଚିକିତ୍ସା ପାଇଁ କୁଶଧ୍ୱଜଙ୍କୁ ଆଣି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ କୁଶଧ୍ୱଜ ନ୍ୟୁରୋଫିବ୍ଲୋମା ରୋଗରେ ପଡିତ ଅଛନ୍ତି । ଏବେ ତାଙ୍କର ବିଭିନ୍ନ ପରୀକ୍ଷା ଚାଲିଛି । ଆଉ କିଛି ଦିନ ମଧ୍ୟରେ ତାଙ୍କର ଅପରେସନ ହେବ । ତେବେ କୁଶଧ୍ୱଜଙ୍କୁ ସମ୍ପୁର୍ଣ୍ଣ ସୁସ୍ଥ କରିବାକୁ ଲାଗିପଡିଛନ୍ତି ଏମ୍ସର ଏକ ଡାକ୍ତରି ଟିମ୍ ।