ଅପରେସନ ‘କାବେରୀ’ : ସ୍ୱଦେଶ ଫେରୁଛନ୍ତି ସୁଦାନରେ ଫସି ରହିଥିବା ଭାରତୀୟ

136

କନକ ବ୍ୟୁରୋ : ସୁଦାନରେ ଫଶି ରହିଥିବା ଭାରତୀୟଙ୍କୁ ନେଇ ସ୍ୱଦେଶ ଫେରୁଛି ଆଇଏନଏସ ସୁମେଧା । ପ୍ରଥମ ପର୍ଯ୍ୟାୟରେ ୨୭୮ ଭାରତୀୟ ଭାରତ ଅଭିମୁଖେ ବାହାରିଛନ୍ତି । ଭାରତୀୟ ନୌସେନା ଜାହାଜରେ ସାଉଦି ଆରବରେ ପହଞ୍ଚିବା ପରେ ଏୟାରଲିଫ୍ଟ କରି ଭାରତ ଅଣାଯିବ ।

ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବଳ ମଧ୍ୟରେ ଲଢେଇକୁ ୧୦ ଦିନ ବିତିଲାଣି । ହେଲେ ଲଢେଇ କମିବାର ନାଁ ନେଉନି । ଦିନକୁ ଦିନ ଅତି ଭୟଙ୍କର ହେଉଛି ଗୋଷ୍ଠୀ ସଂର୍ଘଷ । ଏହି ସଂଘର୍ଷରେ ପାଖାପାଖି ୪୫୯ ଜଣଙ୍କ ମୃତ୍ୟୁ ଘଟିଲାଣି । ସେଠାରେ ଫସି ରହିଥିବା ୪ ହଜାର ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ କାବେରୀ ଆରମ୍ଭ କରିଛନ୍ତି ।