ଦ୍ୱିତୀୟ ପର୍ଯ୍ୟାୟରେ ୨୫ଜଣଙ୍କୁ ମୁକ୍ତ କଲା ହମାସ୍ । ବଦଳରେ ୧୫୦ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବାକୁ ରାଜି ହୋଇଛି ଇସ୍ରାଏଲ ।

56

କନକ ବ୍ୟୁରୋ: ଇସ୍ରାଏଲ-ହମାସ ଲଢେଇରେ ଯୁଦ୍ଧ ବିରତି ଆଣିଛି ସାମାନ୍ୟ ଆଶ୍ୱସ୍ତି । ଦୁଇ ପକ୍ଷଙ୍କ ଦ୍ୱାରା ପଣବନ୍ଦୀଙ୍କୁ ମୁକ୍ତ ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଛି । ଶୁକ୍ରବାର ଓ ଶନିବାରରେ ହମାସ ଦୁଇଟି ପର୍ଯ୍ୟାୟରେ ମୋଟ ୩୮ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବା ସହ ଏମାନଙ୍କ ଫଟୋ ଜାରି କରିଛି ।

ଯୁଦ୍ଧବନ୍ଦୀ ମାନେ ଇଜିପ୍ଟ ଦେଇ ଇସ୍ରାଏଲରେ ପହଁଚିଥିବା ବେଳେ ସେମାନଙ୍କୁ ମ୍ବାଗତ କରାଯାଇଛି । ସେହିପରି ଜେଲରେ ଥିବା କିଛି ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି ଇସ୍ରାଏଲ । ଯୁଦ୍ଧ ବିରତିକୁ ଆହୁରି ଗୋଟିଏ ଦିନ ବାକି ଥିବା ବେଳେ ଗାଜା ଷ୍ଟ୍ରିପରେ ପୁଣି ଉତେଜନା ଦେଖିବାକୁ ମିଳିଛି । ଇସ୍ରାଏଲ ସେନା ୬ଜଣ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛି ହମାସ । ଆଉ ୧୨ଜଣ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିବାକୁ ବିଳମ୍ବ କଲେ ଯୁଦ୍ଧ ବିରତି ଶେଷ କରି ହମାସ ଉପରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛି ଇସ୍ରାଏଲ । ସେପଟେ ଯୁଦ୍ଧ ବିରତି ଅବଧି ବଢାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉଭୟ ପକ୍ଷଙ୍କୁ ଅପିଲ କରିଥିବା ବେଳେ ଗାଜା ଷ୍ଟ୍ରିପରେ ୧୦୦ରୁ ଅଧିକ ଟ୍ରକରେ ମାନବୀୟ ସହାୟତା ପହଁଚିସାରିଛି ।