ଅନୁଗୁଳରେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ ଘଟଣା ,ଘରୋଇ କ୍ଲିନିକକୁ ସିଲ୍ କଲା ଜିଲ୍ଲା ପ୍ରଶାସନ ।

297

କନକବ୍ୟୁରୋ: ଅନୁଗୁଳରେ ତ୍ରୁଟିପୂର୍ଣ୍ଣ ଆଖି ଅପରେସନ ଅଭିଯୋଗ ପରେ ସମ୍ପୃକ୍ତ ଘରୋଇ କ୍ଲିନିକକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ଅନୁଗୁଳରେ ଥିବା ପ୍ରଧାନ ଚକ୍ଷୁ ଚିକିତ୍ସାଳୟରେ ମୋତିଆ ବିନ୍ଦୁ ଅପରେସନ ହୋଇଥିଲେ ୧୩ଜଣ । ଏହି ଘଟଣାରେ ପୋଲିସ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ କ୍ଲିନିକକୁ ସିଲ କରିଛି । ତଦନ୍ତ ଚାଲିଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଅନୁଗୁଳ ସିଡିଏମଓ ଶିବାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଡାକ୍ତରଖାନାରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ ହୋଇଥିଲା । ଦୃଷ୍ଟି ଶକ୍ତି ହରାଇବା ଆଶଙ୍କାରେ ୧୩ ଜଣ ରୋଗୀ । ୧୩ ଜଣ ରୋଗୀ ଅସ୍ତ୍ରୋପଚାର କରାଇଥିଲେ ।

ଏମାନେ ସମସ୍ତେ ଅନୁଗୋଳ, ବଅଁରପାଳ ଓ ଆଠମଲ୍ଲିକ ଅଂଚଳର । ଅପରେସନ୍ ପରେ ଡାକ୍ତର ରୋଗୀଙ୍କୁ ନିଜ ନିଜ ଘରକୁ ଯାଇଥିଲେ । ଅପରେସନ୍ର ୨୪ ଘଂଟା ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା । ହେଲେ ପରେ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା । ଅସହ୍ୟ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥିଲା । ସବୁ ରୋଗୀଙ୍କ ନିକଟରେ ସମାନ ଲକ୍ଷଣ ଦେଖାଦେବାରୁ ବୁର୍ଲା ଯାଇ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଇଥିଲେ । ୨୩ ତାରିଖ ୧୩ ଜଣଙ୍କୁ ବୁର୍ଲାରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।