କନକ ନ୍ୟୁଜକୁ ପ୍ରଥମ ସାକ୍ଷାତକାର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ ୫ ବର୍ଷରେ ୫୦ ବର୍ଷର ବିକାଶ ହେବ ।

1,079

କନକ ବ୍ୟୁରୋ: କନକ ନ୍ୟୁଜକୁ ପ୍ରଥମ ସାକ୍ଷାତକାର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  କହିଲେ ୫ ବର୍ଷରେ ୫୦ ବର୍ଷର ବିକାଶ ହେବ । ଦୀର୍ଘ ୨୪ବର୍ଷ ପରେ ଶାସନର ପରିବର୍ତ୍ତନ ହୋଇଛି । ଯେଉଁଭଳି ଭାବରେ ଓଡିଶାର ବିକାଶ ହେବା କଥା ହୋଇନି । ଲୋକଙ୍କ ପାଖରେ ସେବା ପହଂଚିବା କଥା ଲୋକମାନଙ୍କୁ ସାମାଜିକ ନ୍ୟାୟ ମିଳିବା କଥା ମିଳିପାରିଲା ନାହିଁ । ବିଗତ ଦିନରେ ଲୋକମାନେ ବହୁତ କଷ୍ଟ ପାଇଥିଲେ , ଏଥିସହ ଏହି ଲମ୍ବା ସମୟ ମଧ୍ୟରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଦେଖା କରିବା ଏସବୁ ବହୁତ ପରିମାଣରେ କମିଯାଇଥିଲା । ଲୋକମାନଙ୍କୁ ସିଧାସଳଖ ଭେଟୁନଥିଲେ । ଏବେ ପରିବର୍ତ୍ତନ ହୋଇଛି । ଲୋକମାନେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଦରକାର ଆଉ ମୁଁ ମଧ୍ୟ ଲୋକମାନଙ୍କ ସହ ଭେଟିବାକୁ ଚାହୁଁଛି । ଯେହେତୁ ମୁଁ ସାଧାରଣ ସ୍ତରରୁ , ତୃଣମୂଳ ସ୍ତରରୁ ଆସିଛି । ତୃଣମୂଳ ସ୍ତରର ଲୋକଙ୍କ ସହ ମିଶିବାକୁ ପଡିବ , ସେମାନଙ୍କ କଥା ସମସ୍ୟା ଶୁଣିବାକୁ ପଡିବ । ଏବେ ଲୋକମାନେ ଲୋକଙ୍କ ମୁଖ୍ୟମନ୍ତ୍ରୀ ପାଇଛନ୍ତି ,ଲୋକଙ୍କଠାରୁ ବିଭିନ୍ନ ପରାର୍ମଶ ମିଳୁଛି । ଆଗାମୀ ୫ବର୍ଷରେ ୫୦ ବର୍ଷର ବିକାଶ ହେବ, ଯେଉଁମାନେ ବି ଆସୁଛନ୍ତି ସେମାନେ ଖୁସି ନେଇ ସେମାନେ ଆସୁଛନ୍ତି । ସମସ୍ତଙ୍କୁ ଧନ୍ୟବାଦ ମୋ ଉପରେ ଆଶା କରିଛନ୍ତି  ।