ମୁଁ ବୁଢ଼ା ନୁହେଁ: ପାଟ୍ଟଶାଣୀ । ଏବେ ଠିଆ କଲେ ମୁଁ ଜିତିବି ।

165

କନକ ବ୍ୟୁରୋ: ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟଶାଣୀ । ହେଲେ, ଏବେ ବି ଆଶା ଛାଡି ନାହାଁନ୍ତି । ଦଳରେ ଥିବା ଯାଏ କାମ କରିବେ ବୋଲି କହିଛନ୍ତି । ଏବଂ ପଜିଟିଭ୍ ଚନ୍ତାଧାର ନେଇ କାମ କରୁଛନ୍ତି ବୋଲି କହିଛନ୍ତି ।

କେବଳ ଏତିକି ନୁହେଁ ସାଧାରଣ ନିର୍ବାଚନ ପ୍ରସଙ୍ଗରେ ମତ ରଖିଛନ୍ତି । କହିଛନ୍ତି, ଦଳ ଯାହାକୁ ଟିକେଟ ଦେଲା ମୁଁ ସମ୍ମାନ ଜଣାଇଲି ଆଉ ସମର୍ଥନ କଲି । ସେ ହାରିଗଲେ, ସେଇଟା କଣ ତାଙ୍କର ଭୁଲ ନା ଲୋକଙ୍କର ଭୁଲ୍ । ତମେ କେମିତି ଡିଲ କରୁଛ, କେମିତି ଅର୍ଗାନାଇଜ୍ କରୁଛ, ଆଉ ଲୋକଙ୍କ ବିପଦରେ କେମିତି ଠିଆ ହୋଇ ପାରୁଛ । ସେଇଟା ଲୋକଙ୍କ ଉପରେ ନିର୍ଭର କରୁଛି । ମୁଁ କଣ ଅବସରପ୍ରାପ୍ତ ହୋଇଯାଇଛି ନା ବୁଢ଼ା ହୋଇଯାଇଛି । ଏବେ ଠିଆ କଲେ ମୁଁ ଜିତିବି ।

ପ୍ରସନ୍ନ ପାଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଆଉ ତାଙ୍କ ସ୍ଥାନରେ ଭୁବନେଶ୍ୱର ଲୋକସଭା ଆସନରେ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲେ । ସେବେଠାରୁ ଯେବେ ରାଜ୍ୟସଭା ନିର୍ବାଚନ ଆସେ ସେବେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନାଁ ଚର୍ଚ୍ଚାକୁ ଆସେ । ନବୀନ ନିଜେ ଘୋଷଣା କରିଥିବାରୁ ତାଙ୍କୁ ଦଳ ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହୁଏ । ହେଲେ, ସବୁଥର ଭଳି ଏଥର ବି ପ୍ରସନ୍ନଙ୍କୁ ନିରାଶ ହେବାକୁ ପଡିଛି । ତଥାପି ଆଶା ଛାଡି ନାହାଁନ୍ତିି ବିଜେଡିର ଏହି ବରିଷ୍ଠ ନେତା ।