ଔଷଧ କିଣିବା ସମୟରେ MRP ଠାରୁ ଅଧିକ ଦାମ୍ ନେଇଯାଉଛନ୍ତି କି ? ଯଦି ହଁ, ତେବେ ଏମିତି କରନ୍ତୁ ଅଭିଯୋଗ

22

ଯେତେବେଳେ ଆପଣ ଔଷଧ ଦୋକାନରୁ ଔଷଧ ନେବା ପାଇଁ ଯାଆନ୍ତି, ସେତେବେଳେ ଦୋକାନୀ ଆପଣଙ୍କୁ MRPଠାରୁ ଅଧିକ ମୁଲ୍ୟରେ ଔଷଧ ଦିଏ । ଏଥିପାଇଁ ଲୋକଙ୍କୁ ଜଣା ନଥାଏ କି ସେମାନେ ଅଭିଯୋଗ କେଉଁଠି କରିବେ । ସର୍ବପ୍ରଥମେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଯାଉଛୁ ଯେ, ଦେଶରେ ଔଷଧ ଗୁଡିକ ୧୫୦୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଦାମରେ ବିକ୍ରି କରାଯାଏ । ଦେଶର ସବୁଠାରୁ ବଡ ପ୍ରାଇଭେଟ୍ ଔଷଧ ନିର୍ମାତା କମ୍ପାନୀର ରିପୋର୍ଟରେ ଏହି ଖୁଲାସା ହୋଇଛି ।

ରିପୋର୍ଟ ମୁତାବକ, ପରିଶ୍ରା ସଂପର୍କିତ ରୋଗର ୯ ଟଙ୍କିଆ ଔଷଧ ସିଡନେଫିଲ୍ ୧୪୯ ଟଙ୍କାରେ ବିକ୍ରିି କରାଯାଏ । ସେଇଠି ହାଡକୁ ମଜବୁତ୍ କରୁଥିବା ୭ ଟଙ୍କିଆ ଔଷଧ କ୍ୟାଲସିୟମ କାର୍ବୋନେଟ୍ ୧୨୦ ଟଙ୍କାରେ, ଡାଇବେଟିସ୍ ର ୭ ଟଙ୍କିଆ ଔଷଧ ଗ୍ଲିମପ୍ରାଇଡ୍ ୯୭ ଟଙ୍କାରେ, ହୃଦୟ ରୋଗରେ ବ୍ୟବହାର ହେଉଥିବା ୧୧ ଟଙ୍କିଆ ଏଟୋରବଷ୍ଟେସିନ୍ ଔଷଧ ୧୩୧ ଟଙ୍କାରେ ବିକ୍ରିି କରାଯାଉଛି । ଔଷଧର ଏହି ସୂଚୀ ବହୁତ ଲମ୍ବା ଅଛି । ଗୋଟିଏ ଔଷଧକୁ ଭିନ୍ନ ଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ମୂଲ୍ୟରେ ବିକ୍ରି କରନ୍ତି । ଏହି ଔଷଧର ମୂଲ୍ୟ ଏମିତି ଯେ, ଯାହାର ମୂଲ୍ୟ ଉପରେ ସରକାରୀ ନିୟନ୍ତ୍ରଣ ନାହିଁ । ଅର୍ଥାତ୍ ବଜାରରେ ବିକ୍ରିି ହେଉଥିବା ଔଷଧ କମ୍ପାନୀଗୁଡିକ ଦାମ ନିଜେ ନିର୍ଦ୍ଧାରଣ କରନ୍ତି ।

ଦେଶରେ କେବଳ ୮୫୦ ପ୍ରକାରର ଔଷଧ ଏମିତି ଅଛି , ଯାହାକୁ ସରକାର ଜରୁରୀ ଔଷଧର ଶ୍ରେଣୀରେ ରଖିଛନ୍ତି ଏବଂ ଏହି ଔଷଧର ମୂଲ୍ୟ ଉପରେ ସରକାରୀ ନିୟନ୍ତ୍ରଣ ଥାଏ । ଯଦି ଆପଣଙ୍କୁ ଅଧିକ ମୂଲ୍ୟରେ ଔଷଧ ବିକ୍ରି କରାଯାଏ କିମ୍ବା ଭୁଲ୍ ବା ଏକ୍ସପାୟର୍ଡ ଔଷଧ ଦିଆଯାଇଥିଲେ, ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶାଳୟରେ ଏହାର ଅଭିଯୋଗ କରନ୍ତୁ । ନହେଲେ ଆପଣଙ୍କ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଫିସରେ ଅଭିଯୋଗ କରନ୍ତୁ । ଡ୍ରଗ ବିଭାଗରେ ବି କରିପାରିବେ ଅଭିଯୋଗ ।