ଚାକିରି ଛାଡ଼ିଲେ କି ଆଇଏଏସ ଗଗନ ଧଳ ? ତାଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ନେଇ ଅସନ୍ତୋଷ ଥିବା ଚର୍ଚ୍ଚା!

521

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ଅଫିସର ଗଗନ ଧଳ ଇସ୍ତଫା ଦେଇଥିବା ସୂଚନା ! ଖବର ଅନୁସାରେ, ଚାକିରି କାର୍ଯ୍ୟକାଳରୁ ଅବସରର ୪ ପୂର୍ବରୁ ସେ ଚାକିରୀ ଛାଡ଼ିଥିବା ସୂଚନା ମିଳିଛି । ତେବେ ଗତକାଲି ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଥିଲେ ରାଜ୍ୟ ସରକାର । ଯେଉଁଥିରେ ଗଗନ ଧଳଙ୍କ ସ୍ଥାନରେ କୃଷି ଉତ୍ପାଦନ କମିଶନର ଭାବେ ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱରେ ଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।

ଅନ୍ୟପଟେ ତାଙ୍କୁ କୃଷି ଉତ୍ପାଦକ କମିଶନର ପଦରୁ ହଟାଇ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିବା ନେଇ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଆଉ ଏହାକୁ ନେଇ ଗଗନ ଧଳ ଇସ୍ତଫା ଦେଇଥିବା କୁହାଯାଉଛି । କାଲି ପ୍ରଶାସନିକ ଅଦଳବଦଳ ବେଳେ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା ।

ସବୁଠାରୁ ବଡ଼ କଥା ହେଲା କି, ଡିସେମ୍ବରରେ ଏହି ବରିଷ୍ଠ ଆଇଏଏସ ଅଫିସର କାର୍ଯ୍ୟକାଳ ସରୁଥିଲା ଯାହା ଫଳରେ ସେ ଅବସର ନେଇଥାନ୍ତେ । ୧୯୮୫ ବ୍ୟାଚ ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ଗଗନ ଧଳ । ସେ କୃଷି ଉତ୍ପାଦନ କମିଶନର ଦାୟିତ୍ୱରେ ଥିଲେ । କିନ୍ତୁ ଗତକାଲି ପ୍ରଦୀପ୍ତ ମହାପାତ୍ରଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା ।