ମଦ୍ୟପ ସ୍ୱାମୀର ଉନ୍ମତକାଣ୍ଡ । ଚଳନ୍ତା ଅଟୋରୁ ସ୍ତ୍ରୀ ଓ ଶିଶୁକନ୍ୟାକୁ ଠେଲିଦେଲା ।

95

କନକ ବ୍ୟୁରୋ : ମଦ୍ୟପ ସ୍ୱାମୀର ଉନ୍ମତକାଣ୍ଡ । ଚଳନ୍ତା ଅଟୋରୁ ସ୍ତ୍ରୀ ଓ ନବଜାତକଙ୍କୁ ଠେଲିଦେଲେ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ।

ସୂଚନା ଅନୁସାରେ ଔପଦା ବ୍ଲକ କମାରପାଳ ଗରୁଡ଼ହତା ଅଂଚଳର ପ୍ରଦୀପ ଗିରି ଓ କେନ୍ଦ୍ରାପଡ଼ା ରାଜକନିକାର ସଙ୍ଗୀତାଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା । ଗତ ୪ ତାରିଖରେ ସୋରସ୍ଥିତ ଏକ ନର୍ସିଂହୋମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ସଙ୍ଗୀତା । ଆଜି ନର୍ସିଂହୋମରୁ ଡିସଚାର୍ଜ ହୋଇ ଘରକୁ ଫେରୁଥିଲେ । ହେଲେ କାହିଁକି ତାଙ୍କ ବାପ ଘର ଲୋକ ଦେଖିବାକୁ ଆସିଲେନି, ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ମା’ ଓ ନବଜାତକଙ୍କୁ ଅଟୋରୁ ଠେଲି ଦେଇଥିଲେ ସ୍ୱାମୀ ପ୍ରଦୀପ । ଗୁରୁତର ଅବସ୍ଥାରେ ଉଭୟ ମା’ ଓ ଛୁଆଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଓ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି ।