ଝିଅ ଜନ୍ମ ହେଲା ବୋଲି ପତ୍ନୀକୁ ହତ୍ୟା କଲା ସ୍ୱାମୀ । ୨୪ ଘଣ୍ଟା ବନ୍ଦ ଘରେ ଛଟପଟ ହେବା ପରେ ଚାଲିଗଲା ସୃଷ୍ଟିର ଜୀବନ

348

କନକ ବ୍ୟୁରୋ: ବିଜ୍ଞାନ ସଫଳତାର ଶୀର୍ଷରେ ପହଞ୍ଚିଛି । ମଣିଷ ଚନ୍ଦ୍ରରେ ରହିବାକୁ ଯୋଜନା ବି କରୁଛି । ହେଲେ ଏବେବି ଝିଅକୁ ଅଭିଶାପ ବୋଲି ଭାବୁଛି ଏ ସମାଜ । ଏହାର ଏକାଧିକ ପ୍ରମାଣ ଆଜି ବି ଦେଖିବାକୁ ମିଳୁଥିବାବେଳେ ମଧ୍ୟପ୍ରଦେଶରୁ ଆସିଛି ଏକ ଛାତିଥରା ଖବର, ଯେଉଁଠି ଝିଅ ଜନ୍ମ ହେଲା ବୋଲି ସ୍ତ୍ରୀର ତଣ୍ଟି ଚିପି ମାରିଦେଲା ସ୍ୱାମୀ ।

ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିଅର ମୁରାର ଅଞ୍ଚଳରେ ଏଠିକାର ବାସିନ୍ଦା ଦଶରଣ ପାଲ ୧୦ ବର୍ଷ ତଳେ ସୃଷ୍ଟିଙ୍କୁ ବିବାହ କରିଥିଲେ । ପ୍ରଥମେ ଝିଅଟିଏ ଜନ୍ମ ହେବାରୁ ଦଶରଥ ମନ ଖରାପ କରିଥିଲେ । ଦ୍ୱିତୀୟ ସନ୍ତାନ କାଳେ ପୁଅ ହେବ ବୋଲି ଭାବିଥିଲେ । କିନ୍ତୁ ଦ୍ୱିତୀୟ ସନ୍ତାନ ମଧ୍ୟ ଝିଅ ହେଲା । ଏହାକୁ ନେଇ ଦଶରଥ ସୃଷ୍ଟିଙ୍କୁ ସବୁଦିନ ଗାଳିଗୁଲଜ କରିବା ସହ ମାଡ ମାରୁଥିଲେ । ଏ ସ୍ଥିତି ଏଭଳି ମୋଡ ନେଲା ଯେ ଶେଷରେ ସ୍ତ୍ରୀକୁ ମାରିଦେବାକୁ ଯୋଜନା କଲା ଦଶରଥ । ଦଶରଥର ହୱାଲିରେ ଆଉ ଏକ ଘର ଥିଲା । ଏଠାକୁ ପ୍ରତି ମାସରେ ସେ ଘର ସଫା କରିବାକୁ ଆସେ । ଥରେ ଯୋଜନା କରି ଏହି ଘର ସଫା କରିବାକୁ କହି ସୃଷ୍ଟିକୁ ଆଣିଥିଲା ଏବଂ ସେଠାରେ ପ୍ରଥମେ ମାଡ ମାରିବା ପରେ ଓୃଷ୍ଟିର ତଣ୍ଟି ଚିପିଦେଇଥିଲା । ସ୍ତ୍ରୀ ମରିଯାଇଥିବା ଭାବି ବାହାରପଟୁ ଘର ତାଲା ପକାଇ ଚାଲିଗଲା ।

କିଛି ଘଣ୍ଟା ପରେ ସୃଷ୍ଟିର ଚେତା ଫେରିବାରୁ ସେ ପାଟି କରିଥିଲା । ଏହା ଶୁଶିପାରିଥିଲେ ଜନୈକ ପଡୋଶୀ । ସେ ଦଶରଥର ଭାଇ ମନୀଷ ପାଲଙ୍କୁ ଫୋନ୍ କରି ଘରେ ଭିତରେ କାହା ପାଟି ଶୁଣାଯାଉଥିବା କହିଥିଲେ । ଦିଅର ମନୀଷ ଆସି ଦେଖିବା ବେଳକୁ ଅତି ଦୟନୀୟ ଭାବେ ପଡିଥିଲେ ସୃଷ୍ଟି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ ବି ଡିସେମ୍ବର ୧୪ ତାରିଖରେ ସୃଷ୍ଟିର ମୃତ୍ୟୁ ହୋଇଗଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ଦଶରଥକୁ ଗିରଫ କରି ଯାଞ୍ଚ କରୁଛି ।