ମାଲକାନଗିରି ଗସ୍ତରେ ଯାଇ ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟପାଳ: ଗାଁ ଗାଁ ବୁଲି ପଚାରି ବୁଝିଲେ ଲୋକଙ୍କ ସମସ୍ୟା

164

କନକ ବ୍ୟୁରୋ: ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟପାଳ । ମାଲକାନଗିରି ଗସ୍ତରେ ଥିବା ରାଜ୍ୟପାଳ ରଘୁବର ଦାସ ବିଭିନ୍ନ ସ୍ଥାନରେ ଅଭିଯୋଗ ଶୁଣାଣି କରିଛନ୍ତି । ବିଭିନ୍ନ ଗାଁ ବୁଲିବା ସହ ସେଠାକାର ଲୋକଙ୍କ ସମସ୍ୟା ଶୁଣିଛନ୍ତି । କିଛି ଲୋକ ମଦ ବନ୍ଦ ନେଇ ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା ବେଳେ ଅନ୍ୟ କିଛି ଅଙ୍ଗନବାଡି ଗୃହ ନିର୍ମାଣ, ସ୍କୁଲ ନିର୍ମାଣ କରିବାକୁ ଦାବି କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଜଣେ ଜଣେ ଆଦିବାସୀ ଶିକ୍ଷିତ ଛାତ୍ରୀ ଆଇଏଏସ ହେବାକୁ ଲକ୍ଷ୍ୟ ପାଠ ପଢୁଥିବା କଥା ରାଜ୍ୟପାଳଙ୍କୁ କହିଥିଲେ । କିନ୍ତୁ ପଢିବା ପାଇଁ ଅର୍ଥ ବାଧକ ସାଜୁଥିବା ରାଜ୍ୟପାଳଙ୍କୁ କହିଥିଲେ । ସଙ୍ଗେସଙ୍ଗେ ରାଜ୍ୟପାଳ ତାଙ୍କୁ ଲକ୍ଷେ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ରାଜ୍ୟପାଳ ଢେଙ୍କାନାଳ ଏବଂ ଅନୁଗୁଳ ଗସ୍ତରେ ଯାଇଥିଲେ । ସେଠାରେ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ପରେ ଅଭିଯୋଗଗୁଡିକର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ଏବେ ମାଲକାନଗିରିରେ ରାଜ୍ୟପାଳଙ୍କ ଅଭିଯୋଗ ଶୁଣାଣିକୁ ନେଇ ଚର୍ଚ୍ଚା ହେଉଛି ।