ହ୍ୱାର୍ଟସଆପକୁ ଆସୁଥିବା ବ୍ୟକ୍ତିଗତ ଫଟୋକୁ ଲୁଚାଇବେ କିପରି, ଜାଣନ୍ତୁ ?

29

ଅନେକ ଥର ହ୍ୱାର୍ଟସଆପ ପରି ମେସେଜିଙ୍ଗ ଆପରେ ଅନେକ ଆପତ୍ତିଜନକ ଫଟୋ ଆସିଯାଏ । ଆଉ ଆମେ ଏନେଇ ପୁରା ଅଜ୍ଞ ଥାଉ କିମ୍ବା ଆମ ଅଜାଣତରେ ଆମ ଫୋନରେ ଉକ୍ତ ଫଟୋ ଗୁଡିକ ମହଜୁଦ ଥାଏ । ଭାବନ୍ତୁ କେହି ଆପଙ୍କ ଫୋନରେ ଏପରି ଛବି ଦେଖି ଆପଣଙ୍କ ବିଷୟରେ ସେ କ’ଣ ଭାବିବେ । କେବଳ ଏତିକି ନୁହଁ ଅନେକ ଥର ଏପରି ହୁଏ ଘରର ଛୋଟ ପିଲାମାନେ ମଧ୍ୟ ଆପଣଙ୍କ ଫୋନରେ ଗେମ ଖେଳିପାରିନ୍ତି ।

ଯଦି ସେମାନଙ୍କ ନଜରରେ ଏପରି କିଛି ଛବି ଆସେ ତେବେ ସେମାନଙ୍କ ଉପରେ କିପରି ପ୍ରଭାବ ପଡିବ କେବେ ଚିନ୍ତା କରିଛନ୍ତି କି ? ଏମିତିରେ ଲୋକଙ୍କ ସମସ୍ୟା ଥାଏ କି ଏମିତରେ ସେମାନେ ନିଜ ଫୋନକୁ ଏପରି ବିପଦରୁ କିପରି ବଞ୍ଚାଇବେ । ତେବେ ଆସନ୍ତୁ ଜାଣିବା ଯାହା ଆପଣଙ୍କ ଗ୍ୟାଲେରୀକୁ ସୁରକ୍ଷିତ ରଖିବା । ଆପଣ କିଛି ଆପ୍ସ ସାହାଯ୍ୟରେ ନିଜ ଗ୍ୟାଲେରୀକୁ ସୁରକ୍ଷିତ ରଖିପାରିବେ ।

ଆଣ୍ଡ୍ରଏଡ ଗ୍ରାହକ ହ୍ୱାର୍ଟସଆପର ଫଟୋକୁ ଗ୍ୟାଲେରୀରେ ଦେଖିବାରୁ ରୋକିବା ପାଇଁ ପ୍ଲେଷ୍ଟୋରରେ ଇଏସ ଫାଇଲ ଏକ୍ସପ୍ଲୋରର, ଟୋଟାଲ ଫାଇଲ୍ଡ କମାଣ୍ଡର ମ୍ୟାନେଜର ଓ ଏଷ୍ଟ୍ରୋ ଫାଇଲ ମ୍ୟାନେଜର ପରି ଆପ ଡାଉନଲୋଡ କରିପାରନ୍ତି । ଆପଲ ୟୁଜର ନିଜ ଫୋନ ପାଇଁ ପ୍ରାଇଭେସି ସେଟିଂକୁ ଯାଇ ଫଟୋଜ ରେ କ୍ଲିକ କରି ହ୍ୱାର୍ଟସଆପ, ଫେସବୁକ ଇତ୍ୟାଦି ଆପକୁ ଆସୁଥିବା ଫଟୋକୁ ଗ୍ୟାଲେରୀକୁ ଯିବା ପାଇଁ ରୋକି ପାରିବେ ।

କେମିତ କାମ କରନ୍ତି ଏହି ଆପ-

ଆଇଓଏସ ଗ୍ରାହକ ସେଟିଂର ପ୍ରାଇଭେସିକୁ ଯାଇ ହ୍ୱାର୍ଟସଆପ, ଫେସବୁକ ଫଟୋଜକୁ ସେଠାରେ ବନ୍ଦ କରିପାରିବେ । ଆଣ୍ଡ୍ରଏଡ ଗ୍ରାହକଙ୍କୁ ଉପରେ ଦିଆ ଯାଇଥିବା ଆପ ମଧ୍ୟରୁ ଗୋଟିଏ ଡାଉନଲୋଡ କରିବାକୁ ପଡିବ । ଆଣ୍ଡ୍ରଏଡ ଗ୍ରାହକ ଇଏସ ଫାଇଲ ଏକ୍ସପ୍ଲୋରର କିମ୍ବା ଅନ୍ୟ ଫାଇଲ୍ଡ ମ୍ୟାନେଜରକୁ ଡାଉନଲୋଡ କରିପାରିବେ । ଇନଷ୍ଟୋଲ କରିବା ପରେ ଗ୍ରାହକ ଇଓଏସ ଫାଇଲ ଏକ୍ସପ୍ଲୋରରରେ କ୍ଲିକ କରନ୍ତୁ ।

ଏବେ ଆପର ବାମରେ ଦେଖା ଯାଉଥିବା ନୀଳ ରଙ୍ଗର ଟିକ ପରେ କ୍ଲିକ କରନ୍ତିୁ ଓ ସ୍କ୍ରୋଲ ଡାଉନ କରି ହୋମ ବିକଳ୍ପକୁ ଯାଆନ୍ତୁ । ଏବେ ସାମ୍ନାରେ ଦେଖାଯାଇଥିବା ବିକଳ୍ପରୁ ହ୍ୱାର୍ଟସଆପକୁ ବାଛନ୍ତୁ । ଏଥିରେ ଦେଖା ଯାଉଥିବା ହ୍ୱାର୍ଟସଆପ ଇମେଜକୁ ଯାଇ ଏବେ ଆପଣ ଫଟୋକୁ ଲୁଚାଇପାରିବେ ।

                                                 ସୌଜନ୍ୟ-ନଇଦୁନିଆ