ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି ପାଇବେ କିପରି ?

115

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ମେରୁଦଣ୍ଡରେ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଅନେକ ସ୍ଥଳରେ ଏଥିଯୋଗୁଁ ନାନା ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବା ଆଶଙ୍କା ଥାଏ । ବୟସ ବଢ଼ିବା ସହିତ ଏହି ସମସ୍ୟା ବଢ଼େ । ତେଣୁ ଏହାର ନିରାକରଣ ସମ୍ପର୍କରେ ଜାଣିବା ସହିତ ଏହାକୁ ସତର୍କତାର ଅବଲମ୍ବନର ଆବଶ୍ୟକତା ରହିଛି । ମେରୁଦଣ୍ଡ ଯନ୍ତ୍ରଣାରୁ ରକ୍ଷା ପାଇଁ କେତେକ ସରଳ ଉପାୟ ଜାଣିବା ଆବଶ୍ୟକ ।

– କାର୍ୟ୍ୟାଳୟରେ କାମ କରୁଥିବା ସମୟରେ ଆପଣଙ୍କ ମେରୁଦଣ୍ଡର ସୁରକ୍ଷା ପ୍ରତି ଆପଣ ବିଶେଷ ଧ୍ୟାନ ଦେଇ ନଥାନ୍ତି । ତେଣୁ ଏପରି ଅବସ୍ଥାରେ ଆପଣଙ୍କୁ ସହାୟତା ପ୍ରଦାନ କରୁଥିବା ଏକ ଉପଯୁକ ଚୌକିର ଆବଶ୍ୟକତା ରହିଛି ।

– ସେହିପରି କାର୍ ଚଳାଇବା ସମୟରେ ଆପଣ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାର୍ ଚଳାଇବା ସମୟରେ ଷ୍ଟିଅରିଂ ହ୍ୱିଲ୍ ଆପଣଙ୍କ ଛାତି ହାଡ଼ ଠାରୁ ପ୍ରାୟ ୧୦ ଇଞ୍ଚରୁ ଅଧିକ ଦୂରରେ ରହିବା ଉଚିତ୍ । ଏପରିସ୍ଥଳେ ଆପଣ ମେରୁଦଣ୍ଡର ସାଧାରଣ ସ୍ଥିତି ବଜାଇ ରଖିବ ।

– ଅନେକ ବ୍ୟକ୍ତି ଘରେ କମ୍ପ୍ୟୁଟର ବ୍ୟବହାର କରିଥାନ୍ତି । ଏଠାରେ ମଧ୍ୟ ଆପଣ ସଠିକ ରୂପରେ ବସିବା ଉଚିତ୍ । ଅନେକ ସ୍ଥଳେ ଲ୍ୟାପଟପ୍ ବ୍ୟବହାର କରୁଥିବା ବ୍ୟକ୍ତି କି-ବୋର୍ଡ ଉପରେ ନଇଁ କାର୍ଯ୍ୟ କରିଥାନ୍ତି । ତେଣୁ କମ୍ପୁଟରରେ କାମ କଲାବେଳେ କହୁଣୀ ଉଚ୍ଚତାରେ କି-ବୋର୍ଡ ରଖିବା ସହ ମେରୁଦଣ୍ଡ ସିଧା କରି ଚେୟାରରେ ବସିବା ଆବଶ୍ୟକ ।

– କମ୍ପ୍ୟୁଟରର ସ୍କ୍ରିନ୍ ଏବଂ ଆଖି ମଧ୍ୟରେ ୩୦ ଡିଗ୍ରୀର କୌଣସି ସମ୍ବନ୍ଧ ରହିବା ଆବଶ୍ୟକତା ରହିଛି । ଯାହାଦ୍ୱାରା ଆପଣ ମେରୁଦଣ୍ଡକୁ ସିଧା ରଖି ବସିପାରିବେ ।

– ଆପଣଙ୍କ ଶରୀର ଓଜନ ମେରୁଦଣ୍ଡ ଉପର ଗୁରୁତର ପ୍ରଭାବ ପକାଇଥାଏ । କେବଳ ୧୦ ରୁ ୨୦ ଗୁଣା ଅଧିକ ଓଜନ ବୋହିନେବା ଦ୍ୱାରା ଆପଣଙ୍କ ମାଂସପେଶୀ ଉପରେ ଅଧିକ ଚାପ ପଡିବା ସହିତ ମେରୁଦଣ୍ଡରେ ମଧ୍ୟ ଚାପ ଅନୁଭୂତ ହୋଇଥାଏ । ମେରୁଦଣ୍ଡରେ ଓଜନର ଚାପ ପଡିଲେ ଏହା ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଥାଏ ।

– ଯଦି ଆପଣଙ୍କ ଓଜନ ଅଧିକ ଅଛି ତେବେ ଓଜନ ହ୍ରାସ କରି ମେରୁଦଣ୍ଡ ଯନ୍ତ୍ରଣା ସମସ୍ୟା ଠାରୁ ଦୂରେଇ ରୁହନ୍ତୁ । ନିୟମିତ ଏରୋବିକ୍ ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ ଦ୍ୱାରା ଓଜନ ସହଜରେ ହ୍ରାସ ପାଏ । ଏରୋବିକ୍ ବ୍ୟାୟାମ ମଧ୍ୟରେ ସାଧାରଣ ଚାଲିବା ସହିତ ନୃତ୍ୟ, ପହଁରା ଏବଂ ଦୌଡ଼ିବା ଆଦି ଓଜନ ହ୍ରାସ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

– ଏରୋବିକ୍ ବ୍ୟାୟାମ ସହିତ ମେରୁଦଣ୍ଡ ଯନ୍ତ୍ରଣାକୁ ଉପଶମ ତଥା ଦୂରଉଥିବା ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତୁ । ୱେଟ୍ ଟ୍ରେନିଂ, ଯୋଗ, ପିଲେଟସ୍ ଆଦି ମାଧ୍ୟମରେ ମନୋରଞ୍ଜନ କରିବା ସହିତ ମେରୁଦଣ୍ଡ ପାଇଁ ଉପଯୁକ୍ତ ବ୍ୟାୟାମ ପହଞ୍ଚାଇଥାଏ । କେତେକ ବ୍ୟାୟାମ ଓଜନ ହ୍ରାସ ପାଇଁ ଉପଯୋଗୀ ନଥିଲେ ମଧ୍ୟ ଏଗୁଡିକ ସ୍ୱତନ୍ତ୍ର ଭାବେ ମେରୁଦଣ୍ଡ ମାଂସପେଶୀକୁ ନମନୀୟ କରି କରିବାରେ ସାହାଯ୍ୟ କରେ