କାହିଁକି ହାରିଲା ବିଜେଡି , କିପରି ବିଜେପି ଗଢିଲା ସରକାର? ମତ ରଖିଲେ ମନମୋହନ ସାମଲ ।

3,187

କନକ ବ୍ୟୁରୋ: କ’ଣ ଥିଲା ବିଜେପିର ନିର୍ବାଚନୀ ରଣନୀତି । କିପରି ସରକାର ଗଢିଲା ବିଜେପି ଏବଂ କ’ଣ ପାଇଁ ବିଜେଡି ହାରିଲା । ସେସମ୍ପର୍କରେ ମତ ରଖିଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ । ଜିତିବାର ଶ୍ରେୟ ସାଧାରଣ ଲୋକଙ୍କୁ ଦେବା ସହ ରାଜନୀତିରେ ନିଷ୍ପତ୍ତି ନେବା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି ମନମୋହନ ।

କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଯୋିୁଁ ବିଜେପି ସରକାର ଗଢିଛି । ମେଣ୍ଟକୁ ନେଇ ଦିଲ୍ଲୀରେ ସଂଘର୍ଷ କରିଥିବା କହିଛନ୍ତି ମନମୋହନ । ଶ୍ରୀ ସାମଲ କହିଛନ୍ତି, ବିଜେଡି ପାଇଁ ମିଡିଆ ମ୍ୟାନେଜମେଣ୍ଟ ବୁମେରାଙ୍ଗ ହୋଇଛି । ବିଜେଡିରେ ବିଧାୟକ ଓ ସାଂସଦଙ୍କୁ ସମ୍ମାନ ମିଳୁନଥିଲା । ବିଜେଡି ପୁଣି ସରକାର ଗଢିବ ବୋଲି ଲୋକ ଆକଳନ କରିଥିଲେ । କିନ୍ତୁ ଓଡ଼ିଶାରେ ବିଜେପି ସରକାର ହେବା କଥା କେବଳ ମୋଦୀ ହିଁ ବିଶ୍ୱାସ କରିଥିଲେ ବୋଲି କହିଛନ୍ତି ମନମୋହନ ସାମଲ ।