ରାମମନ୍ଦିର ଉଦଘାଟନ ପୂର୍ବରୁ ଚଳଚଂଚଳ ହେଲାଣି ଅଯୋଧ୍ୟା, ଜିଲ୍ଲାରେ ବଢୁଛି ହୋଟେଲ, ଧର୍ମଶାଳା ଓ ଗେଷ୍ଟହାଉସର ଚାହିଦା

165

କନକ ବ୍ୟୁରୋ : ଅଯୋଧ୍ୟାରେ ବଢୁଛି ହୋଟେଲ, ଧର୍ମଶାଳା ଓ ଗେଷ୍ଟହାଉସ ଚାହିଦା । ଏଠାରେ ଚାଲିିଥିବା ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ଖୁବ ଶିଘ୍ର ହେବାକୁ ଯାଉଛି । ଉତ୍ସବରେ ଯୋଗଦେବା ପାଇଁ ଶ୍ରଦ୍ଧାଳୁମାନେ ଏବେଠାରୁ ହିଁ ହୋଟେଲ, ଧର୍ମଶାଳା, ଗେଷ୍ଟହାଉସ ବୁକ କରିବାରେ ଲାଗିପଡିଲେଣି । ତେଣୁ ଏଗୁଡିକର ଦାମ ହଠାତ ବଢିବାରେ ଲାଗିଛି । ୨୦୨୪ ଜାନୁଆରୀ ମାସରେ ରାମଲାଲାଙ୍କ ମୂର୍ତି ଗର୍ଭଗୃହରେ ପ୍ରାଣପ୍ରତିଷ୍ଠା ହେବ । ଏହି ଉତ୍ସବରେ ସାମିଲ ହେବାକୁ ବେଶ ଉତ୍ସାହ ସହ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ ।

ତେଣୁ କିଭଳି ଅଯୋଧ୍ୟା ଆସିବେ, ଭିଡ ଭିତରେ ରହିବାକୁ ଜାଗା ଖଣ୍ଡେ ପାଇବେ ଏନେଇ ଯୋଜନା ଆରମ୍ଭ କଲେଣି । ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଲୋକମାନେ ଟ୍ରାଭେଲ ଏଂଜେଟଙ୍କୁ ଯୋଗାଯୋଗ କରୁଛନ୍ତି । ବିଶେଷ କରି ଜାନୁଆରୀ ୨୦ରୁ ୨୬ ପାଇଁ ଅଧିକ ବୁକିଂ କରିବାକୁ ଚାହୁଁଛନ୍ତି ଲୋକେ । ଶ୍ରୀରାମ ମନ୍ଦିର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପଠାଯାଇଥିବା ଟ୍ରଷ୍ଟ ପକ୍ଷରୁ କୁହାଯିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଯୋଧ୍ୟା ଆସିବାକୁ ଆଗ୍ରହ ବେଶ ବୃଦ୍ଧି ପାଇଛି । ପ୍ରାଣପ୍ରର୍ତିଷ୍ଠା ସମୟରେ ଅଯୋଧ୍ୟାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ସମ୍ଭାବନା ରହିଛି ।

ସୂଚନା ଅନୁସାରେ ଅଯୋଧ୍ୟାରେ ବର୍ତମାନ ଶହେରୁ ଅଧିକ ହୋଟେଲ ରହିଛି । ସେଥିମଧ୍ୟରେ ହାତଗଣତି ତାରକା ହୋଟେଲ ରହିଛି । ୫୦ଟି ଗେଷ୍ଟ ହାଉସ ଓ ୬୦ଟି ଧର୍ମଶାଳା ରହିଛି । ଏସବୁ ବ୍ୟତିତି ସ୍ଥାନୀୟ ବାସିନ୍ଦାମାନେ ନିଜଘରକୁ ଅସ୍ଥାୟୀ ଭବେ ଷ୍ଟେ ହୋମରେ ପରିଣତ କରି ଭଡା ଲଗାଇବା ନଜୀର ମଧ୍ୟ ରହିଛି ।