ତେଲେଙ୍ଗାନାରେ ବନ୍ୟା ତାଣ୍ଡବ : ବନ୍ୟା ପାଣିରେ ବୁଡି ରହିଛି ରାଜ୍ୟର ଅଧିକାଂଶ ଜିଲ୍ଲା, କର୍ଣ୍ଣାଟକ, କେରଳ, ତାମିଲନାଡୁରେ ମଧ୍ୟ ସମାନ ସ୍ଥିତି

177

କନକ ବ୍ୟୁରୋ : ତେଲେଙ୍ଗାନାରେ ବନ୍ୟା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଦେଖାଦେବା ସହ ସ୍ଥିତି ସଙ୍ଗୀନ ହୋଇପଡିଛି । ବହୁ ଗାଁ ବନ୍ୟା ଜଳରେ ବୁଡ଼ିଗଲାଣି । ବନ୍ୟା ଜଳରେ ବହୁ ଲୋକ ଫସିଯାଇଥିବାବେଳେ ଏନଡ଼ିଆରଏଫ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଛି । ତେଲେଙ୍ଗାନାର ଭୁପାଲପାଲି ଜିଲ୍ଲା ଅଧିନସ୍ଥ ମୋରଂଚ ପାଲି ଗାଁରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଛି । ବନ୍ୟାଜଳରେ ବୁଡ଼ିଛି ସମଗ୍ର ଗାଁ । ଗାଁ ଲୋକେ ପ୍ରାଣ ବିକଳରେ ଛାତ ଉପରେ ଚଢ଼ିଲେଣି ତ କିଏ ଗଛ ଉପରେ ଚଢ଼ିଲାଣି । ତେବେ ଏପରି ଏକ ଦୃଶ୍ୟ ତେଲେଙ୍ଗାନାର ଖମ୍ମକ ଅଂଚଳରୁ ସାମ୍ନାକୁ ଆସିଛି । ହଠାତ ବନ୍ୟା ଜଳ ପ୍ରଳୟଙ୍କରୀ ରୂପରେ ପଶି ଆସିବାବେଳେ ଜଣେ ବ୍ୟକ୍ତି ଜୀବନ ବଂଚାଇବାକୁ ଗଛ ଉପରେ ଚଢ଼ିଯାଇଥିଲେ । ସ୍ଥାନୀୟ ଲୋକମାନେ ନିଜ ଉପାୟରେ ଲୋକଟିକୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ୱାରଙ୍ଗାଲ ଅଂଚଳରେ ବନ୍ୟାଜଳ ସମଗ୍ର ଅଂଚଳରେ ହାହାକାର ପରିସ୍ଥିିତି ସୃଷ୍ଟି ହୋଇଛି । ଜଣେ ଲୋକ ବେକ ଉଚ୍ଚର ପାଣିରେ ଫଶିଥିବାବେଳେ ଏନଡ଼ିଆରଏଫ ଟିମ ପହଁଚି ଉଦ୍ଧାର କରିଛି ।

ପ୍ରବଳ ବନ୍ୟାରେ ବେହାଲ ଏବେ ତେଲେଙ୍ଗାନା । ବିିଭିନ୍ନ ଅଂଚଳରୁ ବହୁ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି । ଏହାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ସେୟାର କରି ସହାୟତ ଲୋଡ଼ୁଛନ୍ତି ପ୍ରଭାବିତ ଲୋକେ । ଏହାରି ମଧ୍ୟରେ ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ବୁଲିଛନ୍ତି ସ୍ଥାନୀୟ ପୁଲିସ ଓ ଅଧିକାରୀ । ପ୍ରବଳ ପାଣି ଥିବାରୁ ଟ୍ରାକ୍ଟରରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଶୁକ୍ରବାର ବନ୍ଦ ଘୋଷଣା କରାଯାଇଛି ।

ତେଲେଙ୍ଗାନାର ନିର୍ମଳ ଜିଲ୍ଲାରେ ଥିବା କାଦେମ ଡ଼୍ୟାମରେ ଜଳ ବହୁ ଉଚ୍ଚରେ ଉଛୁଳିବାରେ ଲାଗିବାରେ । ଅନ୍ୟପଟେ ବନ୍ୟା ଓ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେର୍ଡ଼ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ ।