ବିଭତ୍ସ ହତ୍ୟାକାଣ୍ଡରେ ପୁଣି ଥରି ଉଠିଲା ଦିଲ୍ଲୀ, ଏକ ତରଫା ପ୍ରେମ ନିବେଦନରେ ବିଫଳ ପରେ ଯୁବତୀଙ୍କୁ ରଡ଼ରେ ପିଟିପିଟି ହତ୍ୟା କଲା ପ୍ରେମିକ

247

କନକ ବ୍ୟୁରୋ : ଅପରାଧର ପେଣ୍ଠସ୍ଥଳ ପାଲଟିଛି ରାଜଧାନୀ ଦିଲ୍ଲୀ । ଦିନ ଦ୍ୱିପହରରେ ଜଣେ ଯୁବତୀଙ୍କୁ ରଡ଼ରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏକ ତରଫା ପ୍ରେମରେ ବିଫଳ ହେବା ପରେ ପାଗଳ ପ୍ରେମିକ ଏହି ବର୍ବର କାଣ୍ଡ ଘଟାଇବା ପରେ ଗିରଫ ହୋଇଛି । ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ନାଁ ନର୍ଗିସ ଓ ତାଙ୍କ ମୃତ ଦେହ ଏକ ପାର୍କରୁ ଜବତ କରିଛି ପୁଲିସ । ନର୍ଗିସକୁ ବିବାହ କରିବାକୁ ଜିଦ ଧରିଥିଲା ଇରଫାନ ନାମକ ଯୁବକ । ଶୁକ୍ରବାର ଯୁବତୀ ନିଜ ବାନ୍ଧବୀଙ୍କ ସହ ପାର୍କକୁ ବୁଲିବାକୁ ଯାଇଥିବାବେଳେ ଆକ୍ରମଣ କରିଥିଲା ଇରଫାନ ।