ଜମୁଛି ମାଲକାନଗିରି ମାଲ୍ୟାବନ୍ତ ମହୋତ୍ସବ । ମୁଖ୍ୟ ଆକର୍ଷଣ ପାଲଟିଲା ଘୋଡା ଦୌଡ ।

144

କନକ ବ୍ୟୁରୋ: ଚିତ୍ରକୋଣ୍ଡାରେ ବ୍ଲକ ସ୍ତରିୟ ମାଲକାନଗିରି ମାଲ୍ୟାବନ୍ତ ମହୋତ୍ସବ । ଏହି ମହୋସ୍ରବରେ ସବୁଠୁ ଆକର୍ଷଣିୟ ପାଲଟିଥିଲା ସ୍ୱାଭିମାନ ଅଞ୍ଚଳର ଘୋଡା ଦୌଡ ପ୍ରତିଯୋଗିତା । ଗତ ଦୁଇ ବର୍ଷ ଧରି ପ୍ରତିଯୋଗିତାର ଆୟୋଜନ କରି ଆସୁଛି ମାଲକାନଗିରି ଜିଲ୍ଲା ପ୍ରସାଶନ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଅନେକ ଗ୍ରାମରେ ରାସ୍ତା ପହଞ୍ଚିିଛି, ଫଳରେ ଲୋକେ ଘୋଡା ବ୍ୟବହାର କମାଇ ଦେଲେଣି । ଏବେ ମାତ୍ର କିଛି ଗ୍ରାମରେ ହିଁ ଘୋଡା ଦେଖିବାକୁ ମିଳୁଛି । ନିଜର ପରମ୍ପରାକୁ ନଭୁଲି ଲୋକେ କିଭଳି ଘୋଡ଼ାର ବ୍ୟବହାର ବଜାୟ ରଖିବେ ଓ ଘୋଡ଼ା ମାନଙ୍କର ସଠିକ ଯନô୍ ନେବେ, ସେବିଷୟରେ ଏହି ପ୍ରତିଯୋଗିତା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ।

ସ୍ଥାନୀୟ ଅଞ୍ଚଳର ଲୋକମାନେ ପୁର୍ବରୁ ଏଭଳି ଘୋଡା ଦୌଡ଼ ଟିଭି ମାଧ୍ୟମରେ ଦେଖିଥିଲେ । ବର୍ତମାନ ନିଜ ଅଞ୍ଚଳରେ  ଘୋଡ଼ା ଦୌଢ଼ ଦେଖିବାକୁ ପାଇ ଲୋକଙ୍କ ମନରେ ଉସô୍ାହ ଭରିଯାଇଛି । ଘୋଡ଼ାଦୌଡ଼ର ମଜା ନେଇଛନ୍ତି ସ୍ଥାନୀୟ ଲୋକ ।