ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଶିକ୍ଷିତ କରିବାର ଅଭିନବ ପ୍ରୟାସ : ହାତ ଯୋଡି ସ୍କୁଲ ଯିବାକୁ ଛାତ୍ରଙ୍କୁ ଅନୁରୋଧ କରୁଛନ୍ତି ଏହି ପ୍ରଧାନଶିକ୍ଷକ

113

ପୂର୍ବର ସେ ଗୁରୁ-ଶିଷ୍ୟ ପରମ୍ପରା ଆଉ ଦେଖିବାକୁ ମିଳେନାହିଁ । ଆଜିକାଲି ଏହି ସଂପର୍କରେ ଯେମିତି ବଦଳିଯାଇଛି । କେତେବେଳେ ଶିକ୍ଷକ , ଛାତ୍ରଙ୍କୁ ଅଧିକା ମାଡ ଦେବାର ଅଭିଯୋଗ ଆସେ ତ କେତେବେଳେ ଛାତ୍ରମାନେ ମଧ୍ୟ ଶିକ୍ଷକଙ୍କୁ ପ୍ରତିଶୋଧ ପରାୟଣ ହୋଇଥାନ୍ତି । ଆଜିକାଲି ଦେଶର ସ୍କୁଲଗୁଡିକରେ ଛାତ୍ରଙ୍କୁ ମାଡ ଦେବାର ଖବର ଅନେକ ସମୟରେ ଖବରର ଶିରୋନାମା ସାଜିଥାଏ । ଏହାରି ଭିତରେ ତାମିଲନାଡୁର ବିଲ୍ଲୁପୁରମରେ ହାୟର ସେକେଣ୍ଡାରୀ ସ୍କୁଲରେ ହେଡମାଷ୍ଟର ଡି ବାଲୁ ସବୁ ଶିକ୍ଷକଙ୍କ ପାଇଁ ଏକ ଆଦର୍ଶ ଉଦାହରଣ ପାଲଟିଛନ୍ତି । ଡି ବାଲୁ ଛାତ୍ରଙ୍କୁ ଅନୁଶାସନରେ ରଖିବା ପାଇଁ ଅନ୍ୟ ଶିକ୍ଷକଙ୍କ ଭଳି ଛାଟ ଧରି ନୁହେଁ ଦୁନିଆର ସବୁଠୁ ମହାନ ଅସ୍ତ୍ର ଦୟା ଓ କ୍ଷମାର ବ୍ୟବହାର କରିଛନ୍ତି । ଏହାରି ମାଧ୍ୟମରେ ଜିଣିଛନ୍ତି ଛାତ୍ର ଓ ପିତାମାତାଙ୍କ ହୃଦୟ ।

ସ୍କୁଲକୁ ବିଳମ୍ବରେ ଆସୁଥିବା , ଦୁଷ୍ଟାମୀ କରୁଥିବା ଓ ପଢାରେ ଦୁର୍ବଳ ଥିବା ଛାତ୍ର ପଢାରେ ବାହାନା ବନାଇପାରନ୍ତି ନାହିଁ , ଯେତେବେଳେ ତାଙ୍କର ହେଡମାଷ୍ଟର ତାଙ୍କର ଘରକୁ ଯାଇଥାନ୍ତି । ଡି ବାଲୁ ଏହି ଛାତ୍ରଙ୍କ ଘରକୁ ଯାଇ ହାତ ଯୋଡି ତାଙ୍କୁ ପାଠ ପଢାଇବା ପାଇଁ ଅନୁରୋଧ କରିଥାନ୍ତି । ଅନେକ ଥର ହେଡମାଷ୍ଟର ଆଉ ଏକ ପାଦ ଆଗକୁ ବଢାଇ ଛାତ୍ର ଓ ତାଙ୍କର ମାତାପିତାଙ୍କ ସମ୍ମୁଖ୍ୟରେ ହାତ ଯୋଡି ବସିପଡି ସବୁଦିନ ସ୍କୁଲ ଯିବାକୁ କହିଥାନ୍ତି ।

କାମରାଜ ମ୍ୟୁନିସିପଲ୍ ହାୟର ସେକେଣ୍ଡାରୀ ସ୍କୁଲରେ ପଢାଉଥିବା ବାଲୁ ଏହି ସ୍କୁଲରେ ୧୯୮୪ରେ କମର୍ସ ଶିକ୍ଷକ ରୂପରେ ଯୋଗ ଦେଇଥିଲେ । ପିଲାଙ୍କ ସହ ଏହି ଭଳି ମିଶିବାର କାରଣ କ୍ଲାସରେ ଖୁବ୍ ପ୍ରଭାବ ପଡିଛି ଏବଂ ଛାତ୍ରଙ୍କ ସଂଖ୍ୟା ବଢିଛି । ବାଲୁ କହନ୍ତି , ‘ ସ୍କୁଲ୍ ଆସୁଥିବା ଅଧିକାଂଶ ଛାତ୍ର ପ୍ରଥମ ପିଢିର ଅଟନ୍ତି । ଯେଉଁମାନେ ଶ୍ରେଣୀ ୮ବା ୧୦ର ପରୀକ୍ଷା ପାସ୍ କରିଛନ୍ତି । ’

ସେ କହିଛନ୍ତି, ‘ଖୁବ୍ ଚେଷ୍ଟା ପରେ ଅନେକ ଛାତ୍ର ପାଠପଢା ଛାଡିବା ପରେ ପୁଣି ପାଠପଢା ଆରମ୍ଭ କରିଛନ୍ତି । ଖୁବ୍ ଶୀଘ୍ର ଶିଖିନପାରିବାର କାରଣରୁ ସେମାନଙ୍କୁ ଆଗକୁ ବଢିବା ପାଇଁ ଖୁବ୍ ଉତ୍ସାହିତ କରିବାକୁ ପଡିଥିଲା । ’ ଅନ୍ୟ ଶିକ୍ଷକଙ୍କ ଭଳି ବାଲୁ ମଧ୍ୟ ଆରମ୍ଭରେ ପାଠପଢା ଛାଡୁଥିବା ଛାତ୍ରଙ୍କୁ ବହୁତ ଗାଳି କରିଛନ୍ତି , ଆଉ ମାଡ ଦେଇଛନ୍ତି । ବାଲୁ କହିଛନ୍ତି , ‘ମୁଁ ଜାଣିବାକୁ ପାଇଲି କି ଏହି ତରିକାରେ କୌଣସି ଭଲ ପରିଣାମ ହେବ ନାହିଁ ।’

ବାଲୁ କହିଛନ୍ତି , ‘ ମୁଁ ପାଇଛି କି ଯେବେ ମୁଁ ନିଜର ତରିକାକୁ ବଦଳାଇଲି ତ ଛାତ୍ର ଓ ତାଙ୍କର ପିତାମାତାଙ୍କ ବ୍ୟବହାରରେ ପରିବର୍ତ୍ତନ ଅନୁଭବ କଲି । ମୁଁ ପିଲାଙ୍କ ଘରକୁ ଯାଇ ତାଙ୍କର ପରିବାରକୁ ତାଙ୍କର ସମସ୍ୟା ବିଷୟରେ ଜାଣିବାକୁ ଚେଷ୍ଟା କଲି । ଏହା ସହ ତାଙ୍କୁ ବୁଝାଇଲି । ’ ବାଲୁଙ୍କର ଏହି ସ୍ୱତନ୍ତ୍ର ବ୍ୟବହାର କାରଣରୁ ତାଙ୍କୁ ଏହି ବର୍ଷ ଗଣତନ୍ତ୍ର ଦିବସରେ ସମ୍ମାନିତ କରାଯାଇଛି ।
( ସୌଜନ୍ୟ- ନବଭାରତ ଟାଇମ୍ସ)