ହିମାଚଳ ପ୍ରଦେଶରେ ବନ୍ୟାର ଭୟାବହ ଚିତ୍ର : ଲଗାଣ ବର୍ଷାରେ ବୁଡିଲା ଶିବଲିଙ୍ଗ, ଭୂସ୍ଖଳନ ଯୋଗୁଁ ଅଧିକାଂଶ ସ୍ଥାନରେ ଜନଜୀବନ ପ୍ରଭାବିତ

182

କନକ ବ୍ୟୁରୋ : ଦେଶର ଅଧା ରାଜ୍ୟରେ ଏବେ ବନ୍ୟା ପ୍ରକୋପ । ଖାସ୍ କରି ଉତ୍ତର ଭାରତରେ ଏବେ ବନ୍ୟାର ପ୍ରକୋପ କିଛି ଅଧିକ ରହିଛି । ଉତରାଖଣ୍ଡ, ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସ୍ଥିତିକୁ ଅତି ସଙ୍ଗୀନ କରୁଛି । ହିମାଂଚଳ ପ୍ରଦେଶ ବନ୍ୟାର ଭୟାବହ ଚିତ୍ର ଦେଖିବାକୁ ମିଳିଛି । ମଣ୍ଡି ଜିଲ୍ଳାର ବିଜ୍ ନଦୀରେ ଜଳସ୍ତର ବୃଦ୍ଧି ପାଇ ନଦୀ ପଠାରେ ଥିବା ଶିବ ମନ୍ଦିର ଭିତରେ ପାଣି ପଶିଯାଇଛି । ଏପରିକି ମନ୍ଦିର ପରିସରରେ ଥିବା ଏକ ଶିବ ଲିଙ୍ଗ ଏବଂ ବୃଷଭ ବନ୍ୟା ପାଣିରେ ବୁଡ଼ି ରହିଛି ।

ହିମାଂଚଳ ପ୍ରଦେଶରେ କିଛି ଦିନ ହେଲା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଲାଗି ରହିଛି । ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ହେବା ସହ ଲୋକେ ଜଳବନ୍ଦି ଜୀବନ ଜିଉଛନ୍ତି । ଅନ୍ୟପଟେ ଭୁସ୍ଖଳନ ପ୍ରଭାବରେ ରାଜପଥରେ ସୃଷ୍ଟି ହୋଇଛି ଏକ ବିଶାଳକାୟ ଗର୍ତ ଏବଂ ଲହଡ଼ି ମାରୁଛି ବନ୍ୟାପାଣି ।

ରାଜପଥ ଉପରେ ଦୁଇ ତିନି ଫୁଟର ପାଣି ଲହଡ଼ି ମାରୁଥିବାର ଦେଖିବାକୁ ମିଳିଛି । ଫଳରେ ମନାଲି ଏବଂ କୁଲୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଜପଥରେ ଭୁସ୍ଖଳନ ଘଟିଥିବାରୁ ଭାରିଯାନ ଜାତାୟତ ପାଇଁ ବାରଣ କରାଯାଇଛି । ଲୋକେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।