ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି ,ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ।

1,088

କନକ ବ୍ୟୁରୋ: ବଦଳିଲା ପାଣିପାଗର ମିଜାଜ । ଅସହ୍ୟ ଗରମ, ଗୁଳୁଗୁଳିରୁ ମିଳିଲା ତ୍ରାହି । ରାଜଧାନୀରେ ପ୍ରବଳ ବର୍ଷା । କାଳବୈଶାଖୀ ବର୍ଷାରେ ଭିଜିଲା ରାଜଧାନୀ । ଖରା, ଗରମ ଆହୁରି ୩ ଦିନ ପର୍ଯ୍ୟନ୍ତ ରହିବାର ପୂୂର୍ବାନୁମାନ କରିଥିଲା ପାଣିପାଗ । ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ନେଇ ସତର୍କ କରାଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାରି ଭିତରେ ସାମାନ୍ୟ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା । ତେବେ ୧୯ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରାଯାଇଛି । ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଁଚିଥିଲେ ବି ପାଗ ଅନୁକୂଳ ନ ହେବାରୁ ଏହା ଆଗକୁ ଅଗ୍ରସର ହୋଇପାରି ନାହିଁ ।