ନୁହ ଏସପିଙ୍କ ବଦଳି, ହରିୟାଣାର ୫ ଜିଲ୍ଲାରେ ୯୩ ମାମଲା ଦାଏର, ୧୭୬ ଗିରଫ, ରାଡାରରେ ହିଂସା ସୃଷ୍ଟିକାରୀ ୨୩୦୦ ଭିଡିଓ

127

କନକ ବ୍ୟୁରୋ: ହରିୟାଣାରେ ହୋଇଥିବା ହିଂସାର ଅଭିଯୁକ୍ତଙ୍କ ଉପରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଏବେଯାଏଁ ୫ ଜିଲ୍ଲାରେ ପାଖାପାଖି ୯୩ଟି ମାମଲା ଦାଏର ହୋଇଛି । ୧୭୬ଜଣଙ୍କୁ ଗିରଫ କରାଯାଇଛି । ଏଥିରୁ କେବଳ ନୁହରେ ୪୬ ମାମଲା ଦାଏର ହୋଇଛି । ସବୁଠାରୁ ବଡ ଖବର ହେଉଛି ହିଂସାକୁ ନେଇ ନୁହ ଏସପିଙ୍କର ବଦଳି ହୋଇଛି । ଏସପି ବରୁଣ ସିଙ୍ଗଲା ଶୋଭାଯାତ୍ରା ପୂର୍ବରୁ ଛୁଟିରେ ଥିଲେ । ତାଙ୍କ ସ୍ଥାନରେ ନରେନ୍ଦ୍ର ବିଜାରନିୟା ନୂଆ ଏସପି ହେବେ ।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ୨୩୦୦ ଭିଡିଓକୁ ଚିହ୍ନଟ କରିଛି ପୁଲିସ । ଏହି ଭିଡିଓ ଗୁଡିକ ଯୋଗୁଁ ହଂସା ଉଗ୍ର ରୂପ ନେଇଛି ବୋଲି ପୁଲିସ କହିଛି । ତେଣୁ ଏହି ଭିଡିଓ ଗୁଡିକ ଏବେ ରାଡାରରେ ରହିଥିବା ଜଣାପଡିଛି । ଏହାସହ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ଉପରେ ମଧ୍ୟ କଟକଣା ଲଗାଇଛି ପୁଲିସ । ଭିଡିଓ ପୋଷ୍ଟ ଉପରେ ଧାରା ୧୫୩. ୧୫୩ଏ, ୨୯୫ଏ ୨୯୮, ୫୦୪, ୧୦୯ ଓ ୨୯୨ ଆଧାରରେ ଏଫଆଇଆର ଦାଏର କରାଯାଇଛି ।