ପର୍ଣ୍ଣ ସାଇଟକୁ ବ୍ଲକ କରିବ ହରହର ମହାଦେବ ଆପ ! ଆପତ୍ତିଜନକ ସାଇଟ ଖୋଲିବା ମାତ୍ରେ ବାଜିବ ଭଜନ ଗୀତ
କନକ ବ୍ୟୁରୋ : ଆଜିକାଲି ସୋସିଆଲ ମିଡିଆ ହେଉ ବା ଇନ୍ଟରନେଟ୍ ଆମ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଆବଶ୍ୟକତା ପାଲଟିଛି । ସେ ଯୁବପଢି ହୁଅନ୍ତୁ କିମ୍ବା ବୃଦ୍ଧ, ସବୁ ବର୍ଗର ଲୋକ ଏବେ ସୋସିଆଲ ମିଡିଆରେ । ଆଉ ଏହାର ଚାହିଦା ଦେଖି ପ୍ରସ୍ତୁତ ହେଉଛି ଅନେକ ସୋସିଆଲ୍ ସାଇଟ ଏବଂ ଆପ୍ । ଅନେକ ଆପ୍ ଆମ ଜୀବନକୁ ସରଳ କରିଥାଏ ଓ ଅନେକ ସାଇଟ୍ସ ଆମକୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଯୋଗାଉଥିବା ବେଳେ ମୁଦ୍ରାର ଦୁଇ ପାଶ୍ୱର୍ ଭଳି ଏମିତି ଅନେକ ଆପ୍ କିମ୍ବା ସାଇଟ୍ସ ଆମକୁ ଆପତିଜନକ ତଥା ଅଶ୍ଳୀଳ ଭିଡଓ ସେୟାର କରିଥାନ୍ତି । ଅନେକଥର ଆମେ ଯେତେବେଳେ ଇନ୍ଟରନେଟ୍ରେ କିଛି ସର୍ଚ କରୁଥାଉ କିମ୍ବା ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହୁ, ସେତେବେଳେ ଅନେକ ଆପତିଜନକ ତଥା ଅଶ୍ଲୀଳ ସାଇଟ୍ ଆପଣାଛାଏଁ ଖୋଲିଯାଇଥାଏ । ଯଦି ଆପଣଙ୍କ ଆଖପାଖରେ କିଏ ଅଛନ୍ତି, ସେ ଆପଣଙ୍କ ପରିବାରର ସଦସ୍ୟ ହୁଅନ୍ତୁ ବା ବନ୍ଧୁବାନ୍ଧବ ସେହି ସମୟରେ ଆପଣଙ୍କ ସ୍କ୍ରିନରେ ଯଦି ଏପରି ସାଇଟସ୍ ଖୋଲିଯାଏ ତେବେ ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥାଏ । ମାତ୍ର ଏପରି ଏକ ଆପ ପ୍ରସ୍ତୁତ କରାଯାଇପାରିଛି ଯାହା ଆପଣଙ୍କୁ ଏମିତି ଏକ ଲଜ୍ଜାଜନକ ପରିସ୍ଥିରୁ ମୁକୁଳାଇ ପାରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ହରହର ମହାଦେବ୍,ଏହି ଆପ୍ ହଠାତ ଆପଣଙ୍କ ସ୍କ୍ରିନ୍ ଉପରେ ଅସୁଥିବା ପର୍ନୋଗ୍ରାଫି, ହିଂସା, ଏବଂ ଅଶ୍ଳୀଳ ବାର୍ତାରୁ ଆପଣଙ୍କୁ ବଂଚାଇବ । ଏହି ଆପ୍କୁ ବନାରସ ହିନ୍ଦୁ ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସର ନ୍ୟୁରୋଲୋଜିଷ୍ଟ୍ ଏବଂ ତାଙ୍କ ସହକର୍ମୀମାନେ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହି ଆପର ସହାୟତାରେ ଆପଣ ସେହି ସାଇଟକୁ ବନ୍ଦ କରିପାରିବେ ଯାହା ବିନା ଆପଣଙ୍କ କ୍ଲିକରେ ଆପଣଙ୍କ ସ୍କ୍ରିନରେ ଖୋଲିଯାଏ ।
ଏହି ଆପକୁ ହରହର ମହାଦେବର ନାଁ ଦିଆ ଯାଇଛି । ଏହି ନାଁ ରଖିବା ପଛର ଉଦ୍ଦେଶ୍ୟ ଏହା ଯେ ଏହି ଆପ୍ ସାହାଯ୍ୟରେ କୈାଣସି ଆପତିଜନକ ତଥା ଅଶ୍ଳୀଳ ସାଇଟ୍ ଖୋଲିଲା ମାତ୍ରେ ଭକ୍ତି ସଂଗୀତ ବାଜିବାକୁ ଲାଗୁଛି । ଏଥିପାଇଁ ଏହାକୁ ଭଗବାନଙ୍କ ସହ ଯୋଡା ଯାଇଥିବା ନାଁ ଦିଆଯାଇଛି । ଏହି ଆପର ପ୍ରସ୍ତୁତ କର୍ତାଙ୍କ ଅନୁସାରେ, ଏହା ଦ୍ୱାରା ଆପଣ ୱେବସାଇଟ୍ ମଧ୍ୟ ବ୍ଲକ୍ କରିପାରିବେ । ଏହି ଆପ୍ ଏକ ପ୍ରକାରର ଇନ୍ଟରନେଟ୍ ଫିଲ୍ଟରିଂଗର କାମ କରିବ । ଏହି ଆପ୍କୁ ପ୍ରସ୍ତୁତ କରିବାରେ ପାଖାପାଖି ଛଅମାସ ସମୟ ଲାଗିଥିଲା ଏହା ସାହାର୍ଯ୍ୟରେ ପ୍ରାୟ ୩୮୦୦ ସାଇଟ୍ସ ବ୍ଲକ କରାଯାଇପାରିବ ।