ରାଇମୋହନଙ୍କ ହନୁମାନ ମନ୍ଦିରକୁ ନେଇ ବଢିଲା ଚର୍ଚ୍ଚା । ସରକାରୀ ଜମିରେ ଥିବାରୁ ଆଖପାଖ ନିର୍ମାଣ ଭାଙ୍ଗିଛି ପ୍ରଶାସନ

240

କନକ ବ୍ୟୁରୋ : ରାଇମୋହନଙ୍କ ହନୁମାନ ମନ୍ଦିର ନେଇ ବଢିଲା ଚର୍ଚ୍ଚା ।  ରସୁଲଗଡ କୋଚିଲେଇ ହାଟ ନିକଟରେ  ରାଇମୋହନ ଏକ ହନୁମାନ ମନ୍ଦିର କରିଥିଲେ । ଏହାର ପ୍ରତିଷ୍ଠା ଉତ୍ସବରେ ମଧ୍ୟ  ସେ ସାମିଲ ହୋଇଥିଲେ । ତେବେ ନିକଟରେ ଏହି ମନ୍ଦିରର ଆଖପାଖକୁ ଭାଙ୍ଗି ଦିଆଯାଇଛି । ସରକାରୀ ଜମିରେ ଏହା ନିର୍ମାଣ କରାଯାଇଥିବାରୁ ବେଆଇନ ନିର୍ମାଣ କରାଯାଇଥିବା ଦର୍ଶାଇ ଏହାକୁ ଭାଙ୍ଗିଛି ପ୍ରଶାସନ । ତେବେ ମନ୍ଦିର ଅକ୍ଷତ ଅବସ୍ଥାରେ ଅଛି ।  ଆଉ ରାଇମୋହନଙ୍କ ମୃତ୍ୟୁ  ପରେ ଏହି ଅଭିନେତାଙ୍କ ଝୁରୁଛନ୍ତି ସ୍ଥାନୀୟ ଲୋକେ ।