ଗୁଜରାଟ ନିର୍ବାଚନ : କଂଗ୍ରେସ ଛାଡିଥିବା ନେତାଙ୍କୁ ବିଜେପି ଠାରୁ ଆମ୍ ଆଦମୀ ପାର୍ଟି ଦେଇଛି ଅଧିକ ଟିକେଟ

148

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କ ମଧ୍ୟରେ କଥା କଟାକଟି ବଢିବାରେ ଲାଗିଛି । ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଗୁଜରାଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାରେ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୧ ରେ ଓ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୫ ତାରିଖରେ ହେବ । ଏହାପରେ ଡିସେମ୍ବର ୮ ତାରିଖରେ ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।

ସେପଟେ ନିର୍ବାଚନ ବେଳେ ଯେଉଁ ନେତାମାନଙ୍କୁ ନିଜ ଦଳରୁ ଟିକେଟ ନମିଳିଲା ସେମାନେ ନିର୍ବାଚନ ଲଢିବାକୁ ଦଳ ବଦଳାଇ ଦେଲେ । ଏହି କ୍ରମରେ ଗୁଜରାଟରେ ନିଜ ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ନେତାମାନଙ୍କ ମଧ୍ୟରେ ବିଜେପି ୧୯ ଜଣଙ୍କୁ ଟିକେଟ ଦେଇଥିବା ବେଳେ ଆମ୍ ଆଦମୀ ପାର୍ଟି ଏଭଳି ଦଳ ବଦଳ କରି ଆସିଥିବା ୨୫ ଜଣ ନେତାଙ୍କୁ ଟିକେଟ ଦେଇଛି । ଏହି ନେତାମାନେ କଂଗ୍ରେସ ଛାଡି ବିଜେପି ଓ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।

ସେପଟେ ଏତେ ପରିମାଣର ନେତା କଂଗ୍ରେସ ଛାଡି ଅନ୍ୟ ଦଳରେ ଯୋଗ ଦେବା ପରେ ଏହାକୁ ନେଇ କଂଗ୍ରେସ ପ୍ରବକ୍ତା ମନୀଷ ଦୋଷୀ କହିଛନ୍ତି ଆପ୍ ହେଉଛି ବିଜେପିର ‘ବି’ ଟିମ୍ । ସେପଟେ କଂଗ୍ରେସ ତରଫରୁ କୁହାଯାଇଛି କି, ଏହା ଦଳ ଓ ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।