ସାମ୍ନାକୁ ଆସିଲା ଗୁଡ୍ଡୁ ମୁସଲିମର ନୂଆ ଭିଡିଓ: ୧ ମିନିଟର ଭିଡିଓରେ ନଜର ଆସୁଛି ଗ୍ୟାଙ୍ଗଷ୍ଟାର ଅତୀକ ଅହମ୍ମଦର ସହଯୋଗୀ ଗୁଡ୍ଡୁ

704

କନକ ବ୍ୟୁରୋ: ଓଡିଶାରେ କେତେ ଦିନ ଥିଲା ଗୁଡ୍ଡୁ ମୁସଲିମ୍? ସାମ୍ନାକୁ ଆସିଲା କୁଖ୍ୟାତ ଅପରାଧୀର ଭିଡିଓ । ସିସିଟିଭି ଫୁଟେଜ୍ରେ ଗୁଡ୍ଡୁ ମୁସଲିମ୍ ଚାଲି ଚାଲି ପାହଚରୁ ଓହ୍ଲାଇ ଆସୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି ଓଡିଶା, ବରଗଡର କି ନୁହେଁ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । ଗତକିଛି ଦିନ ହେବ ଠିକଣା ବଦଳାଇ ଚକମା ଦେଉଛି ଗୁଡ୍ଡୁ! ୟୁପିର କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍ । ଅତିକର ଖାସ୍ ଲୋକ ଥିଲା । ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ଭିତରୁ ଅନ୍ୟତମ ଗୁଡ୍ଡୁ ମୁସଲିମ୍ । ବୋମା ତିଆରି କରିବାରେ ମାହିର ଗୁଡ୍ଡୁ ମୁସଲିମ୍ । ବ୍ୟାଗରେ ବୋମା ନେଇ କରେ ବିସ୍ପୋରଣ । ଗ୍ୟାଙ୍ଗଷ୍ଟର ଅତିକର ଅନୁଗତ ଥିଲା ଗୁଡ୍ଡୁ । ୟୁପିରେ ବଡ ମାଫିଆ ଭାବେ ପରିଚିତ । ଗୁଡ୍ଡୁ ଚୋରି ଜରିଆରେ ଅପରାଧ ଜଗତରେ ପାଦ ଦେଇଥିଲା । ୧୫ ବର୍ଷ ବୟସରେ ଚୋରି କରିଥିଲା ଗୁଡ୍ଡୁ! ହତ୍ୟା ପୂର୍ବରୁ ଅତିକ ଓ ଗୁଡ୍ଡୁ ମଧ୍ୟରେ ରହିଛି ବିବାଦ! ଗୁଡ୍ଡୁ ଫସାଇଛି ବୋଲି ଅତିକ ଦାବି କରୁଥିଲା ।