ନିଜର ମୋଟାପଣକୁ ନେଇ ଚିନ୍ତିତ କି ? ଏହି ସମସ୍ୟାର ସମାଧାନ ପାଇଁ ନିତି ଖାଆନ୍ତୁ ପିଜୁଳି

77

ଆଜିକାଲି ନିଜର ମୋଟାପଣକୁ ନେଇ ଲୋକମାନେ ଖୁବ୍ ଚିନ୍ତିତ । ଦୈନିକ ଜୀବନର ଖାଦ୍ୟରେ ଅସମତୁଲତା ଆଉ ଫାଷ୍ଟ ଫୁଡ୍ ପ୍ରତି ଲୋକଙ୍କର ଆଗ୍ରହ , ଏହି ମୋଟା ହେବା ଆଉ ଶରୀରର ଓଜନ ବୃଦ୍ଧି କରୁଛି । ଲୋକେ ଏଥିରୁ ମୁକ୍ତି ପାଇଁ ନାନା ଉପାୟ ଅବଲମ୍ବନ କରୁଛନ୍ତି । କିନ୍ତୁ ଆପଣ ଚାହିଁଲେ ବିନା କୌଣସି ଔଷଧ ସେବନରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ପିଜୁଳି ଖୁବ୍ ସ୍ୱାଦିଷ୍ଟ ଫଳ ଅଟେ । ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଭିଟାମିନ୍ ଓ ଫାଇବର୍ ଭରି ରହିଛି । ଏହାକୁ ଖାଇବା ମାତ୍ରକେ ପେଟ ଶୀଘ୍ର ପୁରି ଯାଇଥାଏ । ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ପିଜୁଳିରେ ଶର୍କରା ପରିମାଣ ଖୁବ୍ କମ୍ ଥାଏ । ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ବିଶେଷଭାବେ ଲାଭଦାୟୀ ଅଟେ ।

ଏହାକୁ ଛାଡିଲେ ପିଜୁଳି ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ । ଏବେ ତ ମୋଟାପଣ ଅନେକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ନିୟନ୍ତ୍ରଣ କରିବାକୁ ଜିମ୍ ଠାରୁ ନେଇ ଡାଏଟିଂ ପର୍ଯ୍ୟନ୍ତ ଅନେକ ଚେଷ୍ଟା କରାଯାଇଥାଏ । ତଥାପି ଯଦି ଓଜନ ହ୍ରାସ ହେଉନାହିଁ , ତେବେ ପିଜୁଳି ଏଥିପାଇଁ ବେଶ୍ ସାହାଯ୍ୟ କରିବ । ନିୟମିତ ଗୋଟିଏ ଲେଖାଏଁ ପିଜୁଳି ଖାଇଲେ ସହଜରେ ଓଜନ ନିୟନ୍ତ୍ରଣରେ ରଖିପାରିବେ । କାରଣ ଏହାକୁ ଖାଇବା ମାତ୍ରକେ ଶରୀରକୁ ୧୨୨ କ୍ୟାଲୋରୀ ମିଳିଥାଏ । ଯାହା ଘଣ୍ଟା ଘଣ୍ଟା ଧରି ଭୋକକୁ ନିୟନ୍ତ୍ରଣ କରିଥାଏ ।

ଏହାଛଡା ପିଜୁଳିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ଥିବାରୁ ଶରୀରକୁ ରୋଗ ସହ ଲଢିବା କ୍ଷମତାକୁ ମଜଭୂତ୍ କରିଥାଏ କେବଳ ସେତିକି ନିହେଁ ପିଜୁଳି ସେବନ ଦ୍ୱାରା କାଶ , ଜ୍ୱର , ସଂକ୍ରମଣ ଭଳି ରୋଗ ମଧ୍ୟ ଦୂର ହୋଇଥାଏ । ପିଜୁଳିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲାଇକୋପିନ୍ ତତ୍ତ୍ୱ ଶରୀରକୁ କ୍ୟାନସର୍ କୋଷିକା ସହ ଲଢିବାରେ ସହାୟକ ହୋଇଥାଏ ।