ନିର୍ବାଚନ ପୂର୍ବରୁ ସରକାରଙ୍କ ମେଗା ପ୍ଲାନ୍: ବିକାଶର ବାର୍ତ୍ତା ବଖାଣିବେ ସରକାର

317

କନକ ବ୍ୟୁରୋ: ଗାଁ ଗାଁରେ ବିକାଶର କାହାଣୀ କହିବେ ରାଜ୍ୟ ସରକାର । ଏଥିପାଇଁ ଲୋକଙ୍କୁ ବଂଟାଯିବ ଲିଫଲେଟ୍ । ପଂଚାୟତିରାଜ ପକ୍ଷରୁ ଏଥିପାଇଁ ମେଗା ପ୍ଲାନ ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ପଂଚାୟତରେ ୩୦୦ରୁ ୫୦୦ ଲିଫଲେଟ ବଂଟନ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଗାଁ ଗାଁରେ ବିକାଶର କାହାଣୀ ଲୋକଙ୍କୁ ଜଣାଇବେ ସରକାର । କେଉଁଠି କେତେ ଉନ୍ନତି କରିଛନ୍ତି ରାଜ୍ୟ ସରକାର, ତାର ହିସାବ ଲୋକଙ୍କ ପାଖରେ ପହଂଚାଇବେ । ଏନେଇ ପଂଚାୟତିରାଜ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ମେଗା ପ୍ଲାନ୍ । ପ୍ରତି ଲୋକଙ୍କୁ ବଂଟାଯିବ ବିକାଶର ଫର୍ଦ୍ଦ । ଲିଫଲେଟ୍ ଓ ଭିଡିଓ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯିବ । ନଜର ପକାନ୍ତୁ ପଂଚାୟତିରାଜ ବିଭାଗର ଏହି ଚିଠି ଉପରେ । ପଂଚାୟତିରାଜ ସଚିବ, ଶୁସୀଲ ଲୋହାନୀ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି କାର୍ଯ୍ୟକ୍ରମ ବାବଦରେ ଟିକନିଖ ସୂଚନା ଦେଇଛନ୍ତି
ରାଜ୍ୟର ୩୧୪ଟି ବ୍ଲକ୍ର ୬ ହଜାର ୭୯୪ ପଂଚାୟତକୁ ନେଇ ପ୍ରସ୍ତୁତ ହୋଇଛି ମେଗା ପ୍ଲାନ୍
ପ୍ରତି ପଂଚାୟତରେ ହୋଇଥିବା ବିକାଶ ଓ ଯୋଜନାକୁ ନେଇ ୪ ପୃଷ୍ଠାର ଲିଫଲେଟ୍ ତିଆରି କରାଯିବ
ପ୍ରତି ବ୍ଲକର ସଫଳ କାହାଣୀ, ଯୋଜନାର କ୍ରିୟାନ୍ୱୟନ ଏବଂ ସଫଳତାକୁ ନେଇ ୧୦୦ ପୃଷ୍ଟାର ଲିଫଲେଟ ପ୍ରସ୍ତୁତ ହେବ
ବ୍ଲକର ବଡ଼ ବଡ଼ ପ୍ରକଳ୍ପ ଏବଂ ରୂପାନ୍ତରୀକରଣ କାମକୁ ନେଇ ୧୦ ମିନିଟର ଭିଡିଓ ପ୍ରସ୍ତୁତ କରାଯିବ
କାର୍ଯ୍ୟକ୍ରମ ପାଇଁ ୩୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି
ହେଲେ ଏହାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।

ଡିସେମ୍ବର ଶେଷ ସୁଦ୍ଧା ଲିଫଲେଟ ଓ ବୁକଲେଟ ଛାପା କର୍ଯ୍ୟକ୍ରମ ଶେଷ ହେବ । ଜାନୁଆରୀ ପ୍ରଥମ ସପ୍ତାହରେ ଭିଡିଓ ତିଆରି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି । ପ୍ରତ୍ୟେକ ପଂଚାୟତରେ ୩୦୦ରୁ ୫୦୦ ଲିଫଲେଟ ବଂଟନ କରାଯିବ । ଏଥିପାଇଁ ପ୍ରତି ପଂଚାୟତ ଏବଂ ବ୍ଲକ ସ୍ତରରେ ଏକ କମିଟି ଗଠନ କରାଯିବ । ସୋସିଆଲ ମିଡିଆ ଏବଂ ବିଭିନ୍ନ ପୋର୍ଟାଲରେ ଭିଡିଓ ଗୁଡିକୁ ସେୟାର କରାଯିବ । ଯେଉଁ ପଂଚାୟତ ଭଲ କରିବେ ସେମାନଙ୍କୁ ପୁରଷ୍କୃତ କରିିବାର ବ୍ୟବସ୍ଥା ମଧ୍ୟ ରହିଛି ।