ବିବାହ ବିଚ୍ଛେଦକୁ ସବୁଜ ସଂକେତ: ବର୍ଷାଙ୍କଠୁ ଅଲଗା ହେବେ ଅନୁଭବ?

599

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ ଯୁକ୍ତି ଦର୍ଶାଯାଇଥିଲା, ଯେହେତୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଭଳି ସମ୍ପର୍କ ନାହିଁ । ତେଣୁ ଅନୁଭବ ବର୍ଷାଙ୍କୁ ଭରଣ ପୋଷଣ ପାଇଁ କିଛି ଅର୍ଥ ରାଶି ଦେବାର ଆବଶ୍ୟକତା ହିଁ ନାହିଁ । ଏହି ଯୁକ୍ତି ଆଧାରରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥାଇପାରନ୍ତି ବୋଲି ଅନୁଭବଙ୍କ ଓକିଲ କହିଛନ୍ତି ।

ପ୍ରେମିକା ଭିତରେ ନିଜର ଦୁନିଆ ଦେଖୁଥିବା ପ୍ରେମିକଙ୍କ କାହାଣୀ, ହୁଏତ ସୁନେଲି ପରଦାରେ ଅଧିକ ଭଲ ଲାଗେ । କିନ୍ତୁ ବାସ୍ତବ ଦୁନିଆ ଭାରି କୋଠର, ଇଏ କୌଣସି ଲେଖକଙ୍କ କାହାଣୀ ନୁହେଁ ସେ ଇଚ୍ଛା ଅନୁସାରେ ବଦଳି ଯିବ ।

ହାତ ଧରି ଏକାଠି ଚାଲିବାକୁ ଅନୁମତି ଦେଉଥିବା ସାମାଜିକ ସ୍ୱୀକୃତି, ବିବାହରେ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ପରିବାର ଅଦାଲତଙ୍କ ରାୟକୁ କେବଳ ଖାରଜ କରି ନାହାଁନ୍ତି, ଅନୁଭବଙ୍କ ଆବେଦନକୁ ଗ୍ରହଣ କରିବା ସହ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ।

ଅନୁଭବଙ୍କ ଓକିଲଙ୍କ କହିବା ଅନୁଯାୟୀ ବିବାହ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଏଯାବତ୍ ହୋଇନଥିବାରୁ ସ୍ୱାମୀ ସ୍ତ୍ରୀ ସମ୍ପର୍କର ଅସ୍ଥିତ୍ତ୍ୱ୍ୱ ନାହଁ । ଯେହେତୁ ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ ଯୁକ୍ତି ଦର୍ଶାଯାଇଥିଲା କି ବର୍ଷା ତାଙ୍କୁ ସ୍ୱାମୀ ଭାବେ ଶାରୀରିକ ସମ୍ପର୍କ ରଖିବାକୁ ସହଯୋଗ କରୁନଥିଲେ । ଏହା ହିନ୍ଦୁ ବିବାହ ଆଇନ ଅନୁଯାୟୀ ମେଂଟାଲ କ୍ରୁଏଲିଟି ବା ମାନସିକ ନିର୍ଯାତନା । ଯେହେତୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଭଳି ସମ୍ପର୍କ ନାହିଁ । ତେଣୁ ଅନୁଭବ ବର୍ଷାଙ୍କୁ ଭରଣ ପୋଷଣ ପାଇଁ କିଛି ଅର୍ଥ ରାଶି ଦେବାର ଆବଶ୍ୟକତା ହିଁ ନାହିଁ ।

ଯଦିଓ ରାୟ ଅଭିନେତା ଅନୁଭବ ମହାନ୍ତିଙ୍କ ସପକ୍ଷରେ ଯାଇଛି, ତଥାପି ଅଭିନେତ୍ରୀ ବର୍ଷାଙ୍କ ପାଖରେ ଏକାଧିକ ବିକଳ୍ପ ରହିଛି । ଏହି ରାୟକୁ ନେଇ ହାଇକୋର୍ଟରେ ପୁଣି ଥରେ ଆବେଦନ କରିପାରିବେ । ରିଭିୟୁ ପିଟିସନ୍ ଜରିଆରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇପାରିବେ । ଆବଶ୍ୟକ ଅନୁଭବ କଲେ, ସୁପ୍ରିମକୋର୍ଟଙ୍କ ନିକଟରେ ମଧ୍ୟ ଆବେଦନ କରିପାରିବେ ।

ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ପରିବାର ଅଦାଲତରେ ଉଭୟ ଅନୁଭବ ଏବଂ ବର୍ଷାଙ୍କ ଆବେଦନକୁ ଖାରଜ କରିଥିଲେ କୋର୍ଟ । କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବ ଆବେଦନକୁ କୋର୍ଟ ଖାରଜ କରିଥିଲେ । କୋର୍ଟଙ୍କ ଏଭଳି ରାୟକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା । ତେବେ ପରିବାର ଅଦାଲତଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ । ତେବେ କୋର୍ଟଙ୍କ ଏହି ରାୟର ସିଧା ଅର୍ଥ ହେଉଛି
– ବର୍ଷାଙ୍କ ସହ ଅନୁଭବ ବିବାହ ବିଚ୍ଛେଦ କରିପାରିବେ
– ବିବାହ ବିଚ୍ଛେଦ ପାଇଁ ଅବିଶିଷ୍ଟ ପ୍ରକ୍ରିୟା ଅନୁସରଣ କରିପାରିବେ