ଦେଶ ଛାଡି ଯିବାକୁ ଚେଷ୍ଟା କରୁଥିଲେ ରାଷ୍ଟ୍ରପତିଙ୍କ ଭାଇ । ଏୟାରପୋର୍ଟରେ କାବୁ କରିନେଲେ ଅଧିକାରୀ

289

କନକ ବ୍ୟୁରୋ: ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ । ଉକ୍ରଟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଦେଶବାସୀ । ଆଉ ଏହି ଆର୍ଥିକ ସଙ୍କଟ ଏବେ ରାଜନୈତିକ ସଙ୍କଟରେ ବଦଳିଛି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପରିବାର ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି ନାଗରିକ । ଉଭୟଙ୍କ ସରକାରୀ ବାସଭବନକୁ କବଜା କରିନେଇଛନ୍ତି ଲୋକେ । ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ ଟେମ୍ପଲ ଟ୍ରି ବାସଭବନରେ ଲୋକେ ପଶି ଭଙ୍ଗାରୁଜା କରିବା ସହ ତାଙ୍କ ଜିନିଷପତ୍ର ବ୍ୟବହାର କରିବା ଦେଖାଦେଇଥିଲା ।

ଏଭଳି ପରିସ୍ଥିତିରେ ସୋମବାର ରାତିରେ ଦେଶରୁ ଖସିଯିବାକୁ ଚେଷ୍ଟା କରୁଥିଲେ ରାଷ୍ଟ୍ରପତିଙ୍କ ଭାଇ ବାସିଲ ରାଜପାକସେ । ହେଲେ କଲୋମ୍ବୋ ବିମାନବନ୍ଦରରେ ହରତାଳ କରିଦେଇଥିଲେ ବିମାନବନ୍ଦର ଅଧିକାରୀ ଓ କର୍ମଚାରୀ । ତାଙ୍କୁ ଯିବାକୁ ଛାଡିନଥିଲେ । ଫଳରେ ତାଙ୍କୁ ଫେରିବାକୁ ପଡିଥିଲା । କହିରଖୁଁ ବାସିଲ ରାଜପାକସେ ପୂର୍ବତନ ଅର୍ଥମନ୍ତ୍ରୀ ଥିଲେ । ହେଲେ ଜନଆନ୍ଦୋଳାନ ତେଜିବାରୁ ଗତ ଏପ୍ରିଲ ମାସରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ।