କୋରାପୁଟ କୋଟପାଡ ଶାଢୀକୁ ପଦ୍ମଶ୍ରୀ ପୁରସ୍କାର ଦେଇଛି ନୂଆ ପରିଚୟ, ସୋନିଆ ଠାରୁ ସୋନା ଯାଏଁ ସମସ୍ତଙ୍କ ପସନ୍ଦ ଗୋବର୍ଦ୍ଧନ

87

କନକ ବ୍ୟୁରୋ : ପଦ୍ମଶ୍ରୀ ପୁରସ୍କାର କୋଟପାଡ଼କୁ ଦେଇଛି ନୂଆ ପରିଚୟ । ଏହି ପଛୁଆ ଅଂଚଳ ବୁଣାକାର ଗୋବର୍ଧନ ପାନିକା ପାଇବେ ପଦ୍ମଶ୍ରୀ ପୁରସ୍କାର । କୌଳିକ ବୃତି ତାଙ୍କ ପାଇଁ ଆଣିଛି ସମ୍ମାନ ଓ ଖ୍ୟାତି । ଏହା ସହ କୋଟପାଡ ଶାଢୀକୁ ମିଳିଛି ଜାତୀୟ ସ୍ତରରେ ମାନ୍ୟତା । ଯାହା ଓଡ଼ିଶାକୁ ଜାତୀୟ ସ୍ତରରେ ଗର୍ବିତ କରିଛି ।

CuutvqEVUAAk6yaତନ୍ତ ଓ ସୂତାର କାମ ଗୋବର୍ଦ୍ଧନ ପାନିକାଙ୍କୁ ଆଣି ଦେଇଛି ପଦ୍ମଶ୍ରୀ ପୁରସ୍କାର । ପାହାଡ ଜଙ୍ଗଲ ଘେରା ଆଦିବାସୀ ଅଂଚଳ କୋରାପୁଟର କୋଟପାଡର ବୁଣାକାର । ଲୋପ ପାଇବାକୁ ଯାଉଥିବା ବୁଣା କଳାକୁ ପୁଣି ଲୋକ ଲୋଚନକୁ ଆଣିଛନ୍ତି ଏହି ସରଳ ମଣିଷ । ପ୍ରାକୃତିକ ରଙ୍ଗ ଦେଇ କୋଟପାଡ ଶାଢୀକୁ ନୂଆ ପରିଚୟ ଦେଇଛନ୍ତି ଗୋବର୍ଦ୍ଧନ । ଆଉ ତାଙ୍କୁ ଏବେ ଭାରତ ସରକାର ତାଙ୍କୁ ଦେବେ ପଦ୍ମଶ୍ରୀ ପୁରସ୍କାର ।

ବିଭିନ୍ନ ଗଛର ବକଳ, ହରିଡା, ଗୋବର ଆଦି ପ୍ରାକୃତିକ ସାମଗ୍ରୀରୁ ଗୋବର୍ଧନ ତିଆରି କରନ୍ତି ରଙ୍ଗ । ଦୀର୍ଘ ମାସେ ପରେ ଏହି ରଙ୍ଗ ପ୍ରସୁତ ହୁଏ ଏବଂ ସୂତାକୁ ରଙ୍ଗ ଦେଇ ବୁଣାକାମ ଆରମ୍ଭ କରନ୍ତି । ଗୋଟିଏ ଗୋଟିଏ ଶାଢୀ ପାଇଁ ୧୫ରୁ ମାସେ ସମୟ ଲାଗେ । ଏଥିରେ ତାଙ୍କ ପତ୍ନୀ ହେମା ସବୁ ପାହାଚରେ ସହଯୋଗ କରିଥାନ୍ତି । ଗୋବର୍ଧନଙ୍କ ଶାଢୀର ଚାହିଦା ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ଆସାମ ଆଦି ରାଜ୍ୟ ବାହାରେ ବେଶ୍ ଅଧିକ ରହିଛି । ଏପରିକି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଳା ଦୀକ୍ଷିତ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ବଲିଉଡ ଗାୟିକା ସୋନା ମହାପାତ୍ର ଗୋବର୍ଧନଙ୍କ ଶାଢୀ କିଣିଛନ୍ତି । ବହୁ ବିଶିଷ୍ଟ ଲୋକଙ୍କ ପାଖକୁ ନିୟମିତ କୋଟପାଡ ଶାଢୀ ପଠାଉଛନ୍ତି ଏହି ବୁଣାକାର । ଓଡିଶାର ଏକ ଅଖ୍ୟାତ ଅଂଚଳ କୋଟପାଡ ଏବଂ ଏହାର ପାରମ୍ପରିକ ବୁଣା ଶାଢୀ ଏବେ ଭାରତର ପରିଚିତ ଲାଭ କରିବ । ଏହାକୁ ନେଇ ସ୍ଥାନୀୟ ଲୋକେ ବେଶ୍ ଉତ୍ସାହିତ ।