ପୃଥିବୀ ପ୍ରତି ମାଡିଆସୁଛି ବଡ ବିପଦ । ପଚାଶ ବର୍ଷ ପରେ ଆଠମାସ ହେବ ଖରା । ଜଳବାୟୁ ପରିବର୍ତ୍ତନର ପ୍ରଭାବ

79

ପୃୃଥିବୀ ପ୍ରତି ମାଡି ଆସୁଛି ବଡ ବିପଦ । ଖୁବ ଶୀଘ୍ର  ବିଶ୍ୱବାସୀ ଏମିତି ଏକ  ପରିସ୍ଥିତି ସାମ୍ନା କରିବେ ତାହା କଳ୍ପନା ବି କରିନଥିବେ । ଆଉ ଏଭଳି ପରିସ୍ଥିତିରେ କିପରି ବଂଚିବେ  ସେଥିପ୍ରତି ଏବେ ଠାରୁ ଯତ୍ନବାନ ନହେଲେ ଆମର ପରବରତ୍ତୀ ପୀଢି ପାଇଁ  ଭୂପୃଷ୍ଠରେ ରହିବା ଅସମ୍ଭବ ହୋଇପଡିବ।ଏକଥା ଆମେ ନୁହେଁ ଏକ ଗବେଷଣା ପତ୍ରିକା ପ୍ରକାଶ କରିଛି ।

ଯଦି  ଭୂପୃଷ୍ଠରେ ତାପମାତ୍ରା ଏପରି ଭାବେ ବଢେ ତେବେ ଆଗାମୀ ୨୦୭୦-୮୦ ବେଳକୁ  ବର୍ଷକରେ ୮ମାସ ଗ୍ରୀଷ୍ଣ ପ୍ରବାହ ହେବ । ଫଳରେ ଲୋକମାନଙ୍କ ପାଇଁ ଏଠାରେ ରହିବା ଅସମ୍ଭବ ହୋଇପଡିବ । ଏକ ଗବେଷଣା ସଂସ୍ଥା ଏଭଳି ଦାବି କରିଛି । ଯାହାର ରିପୋର୍ଟ ଏନଭରମେଂଟାଲ ରିସର୍ଚ ଲେଟର୍ସରେ ପ୍ରକାଶ ପାଇଛି ।

ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ଯେପରି ଭାବରେ ଗ୍ଲୋବାଲ ୱାର୍ମିଙ୍ଗ ବଢିବାକୁ ଲାଗିଛି ଯଦି ସେହିପରି ଭାବରେ ବୃଦ୍ଧି ପାଏ ତେବେ ବିଶ୍ୱ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢିପାରେ । ଏହି ରିପୋର୍ଟରେ କୁହାଯାଇଛି ଯେ ଏହି କାରଣରୁ ନା କେବଳ ଗରମ ବଢିବ ତା ସହିତ ଆର୍ଦ୍ରତା ମଧ୍ୟ ବୃଦ୍ଧି ପାଇବ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ତାପମାତ୍ରା ବୃଦ୍ଧି ହେବା କାରଣରୁ ଅନେକ ରୋଗ ସାମ୍ନାକୁ ଆସିବା ସହିତ କୃଷି ଉପରେ ମଧ୍ୟ ପ୍ରଭାବ ପଡିବ ।