ଆତଙ୍କବାଦୀଙ୍କ ନିଆଁରେ ନିଜେ ଜଳୁଛି ପାକ୍ । ଆଫଗାନିସ୍ତାନକୁ ପଛରେ ପକାଇଲା ପାକିସ୍ତାନ

176

କନକ ବ୍ୟୁରୋ : ଆତଙ୍କବାଦକୁ ସବୁବେଳେ ସୁରକ୍ଷା ଦେଇଆସୁଥିବା ପାକିସ୍ତାନ ଏବେ ନିଜ ନିଆଁରେ ନିଜେ ଜଳୁଛି । ଗ୍ଲୋବାଲ୍ ଟେରର ଇଂଡେକ୍ସ ୨୦୨୨ର ରିପୋର୍ଟ ପାକିସ୍ତାନର ବାସ୍ତବ ଚିତ୍ରକୁ ପଦାରେ ପକାଇଦେଇଛି । ଆତଙ୍କବାଦୀଙ୍କ ଦ୍ୱାରା ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଶଙ୍କ ମଧ୍ୟରେ ପାକିସ୍ତାନ ଏବେ ଆପଗାନିସ୍ତାନକୁ ପଛରେ ପକାଇଦେଇଛି । ପାକିସ୍ତାନରେ ଗତବର୍ଷ ଆତଙ୍କବାଦୀଙ୍କ ଦ୍ୱାରା ୨୯୨ ଲୋକଙ୍କ ଜାବନ ଯାଇଥିବା ବେଲେ ଚଳିତବର୍ଷ ମୃତ୍ୟୁ ସଂଖ୍ୟା ୬୪୩କୁ ବୃଦ୍ଧି ପାଇଛି । ଅର୍ଥାତ୍ ୧୨୦ ପ୍ରତିଶତ ଅଧିକ ।

ଗ୍ଲୋବାଲ ଟେରୋରିଜିମ୍ ଇଂଡେକ୍ସ ଅନୁସାରେ, ଆତଙ୍କବାଦୀଙ୍କ ଦ୍ୱାରା ମୃତ୍ୟୁ ସଂଖ୍ୟା ପାକିସ୍ତାନରେ ଦିନକୁ ଦିନ ବଢିବାରେ ଲାଗିଛି । ମୃତକଙ୍କ ମଧ୍ୟରେ ସାଧାରଣ ଲୋକଙ୍କ ସମେତ ସେନା କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ମଧ୍ୟରୁ ୫୫ପ୍ରତିଶତ ସେନା କର୍ମଚାରୀ ଥିବା ସୂଚନାରୁ ଜଣାପଡିଛି । ସବୁଠୁ ବଡ କଥା ହେଉଛି, ପାକିସ୍ତାନ୍ ଆତଙ୍କବାଦ ମାମଲାରେ ଆଫଗାନିସ୍ତାନକୁ ପଛରେ ପକାଇ ୬ଷ୍ଠ ସ୍ଥାନକୁ ଚାଲିଆସିଛି ପାକିସ୍ତାନ ।