ବରୋୱେଲ ଗାତକୁ ଖୋଲା ଛାଡିବା ପଡିଲା ମହଙ୍ଗା । ଗାତ ଭିତରକୁ ଖସିପଡିଲା କୁନିଝିଅ, ଉଦ୍ଧାରକାର୍ଯ୍ୟ ଜାରି

1,348

କନକ ବ୍ୟୁରୋ : ଗଭୀର ବରୋୱେଲ ଖୋଳି ଗାତକୁ ଖୁଲାରେ ଛାଡିବା ଏବେ ମହଙ୍ଗା ପଡିଛି । ଏହି ବରୋୱେଲ ଗାତରେ ପଡି ଏବେ ଏକ କୁନିଝିଅ ଜୀବନ ସହ ସଂଘର୍ଷ କରୁଛି । ମଧ୍ୟପ୍ରଦେଶ ସେହୋର ଜିଲ୍ଲାରୁ ଆସିଛି ଏଭଳି ଘଟଣାର ସୂଚନା । ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନଙ୍କ ଗୃହ ଜିଲ୍ଲା ସେହୋରର ମୁଙ୍ଗାବାଲୀ ଗ୍ରାମରେ ଘଟିଛି ଏଭଳି ଘଟଣା ।

ପିଲାଟି ଗଭୀର ବରୋୱେଲରେ ଖସିପଡିଥିବା ସୂଚନା ପାଇବା ପରେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚିଛନ୍ତି । ସିହୋର ଜିଲ୍ଲାପାଳ ପ୍ରବୀଣ ସିଂ, ଏସପି ମୟଙ୍କ ଅଗସ୍ଥୀ ସହ ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣା ସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟର ତଦାରଖ କରୁଛନ୍ତି । ବରୋୱେଲରେ ଖସିପଡିଥିବା କୁନି ଝିଅଟିର ନାମ ସୃଷ୍ଟି କୁଶବାହା ହୋଇଥିବା ବେଳେ ତାର ବୟସ ଅଢେଇ ବର୍ଷ ବୋଲି ସୂଚନା ରହିଛି ।