ସାହାରା ସାଜିଲେ ସାଙ୍ଗସାଥୀ: ଅନୁରୋଧ ପରେ ଯୁବକଙ୍କୁ ସହଯୋଗ ହାତ ବଢାଇଲା ପ୍ରଶାସନ

179

କନକ ବ୍ୟୁରୋ: ରୋଗ ଗ୍ରସ୍ତ ହୋଇ ବିଛଣାରେ ପଡିରହିଥବା ଟୁକୁନାକୁ ସହାୟତାର ହାତ ବଢାଇଛନ୍ତି ସାଙ୍ଗ ସାଥୀ । ନିଜର ବୋଲି କେହି ନଥିବା ବେଳେ ଆଶ୍ରା ଏବେ ଏହି ବନ୍ଧୁ ମାନେ । କେନ୍ଦ୍ରାପଡା ମହାକାଳପଡା ବ୍ଲକ ବାଲିସାହିର ଟୁକୁନା ନାଉରୀ ଶଯ୍ୟାଶାୟୀ ହୋଇପଡିଥିବା ବେଳେ ଦରକାର ହେଉଛି ଅଧିକ ଅର୍ଥ । ଶେଷରେ ଜିଲ୍ଲାପାଳଙ୍କ ସହାୟତା ନେଇଛନ୍ତି ବନ୍ଧୁ ମାନେ । ଜିଲ୍ଲାପାଳଙ୍କୁ ଜଣାଇବା ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବାଲିସାହିର ଟୁକୁନା ନାଉରୀ । ଛୋଟ ବେଳରୁ ପରିବାର ହରାଇଛନ୍ତି । ଅଭାବ ଭିତରେ ପେଟ ପୋଷିବାକୁ ଚାଲିଯାଇଥିଲେ ସୁଦୂର ଗୁଜୁରାଟ । ସୂତା ମିଲରେ କାମ କରି ପେଟ ପୋଷୁଥିଲେ । ହେଲେ ହଠତ୍ ଅସୁସ୍ଥ ହୋଇପଡିଥିଲେ । ଆଉ ସେଠାରେ କିଛି ବନ୍ଧୁଙ୍କ ସହଯାଗରେ ଚିକିତ୍ସିତ ହୋଇ ଘରକୁ ଫେରିଲେ । ଅସୁସ୍ଥତା ସହିତ ନିଜ ଦୁଇ ଗୋଡ ଅଚଳ ହୋଇଗଲା । ପ୍ରଚୁର ଅର୍ଥ ବ୍ୟୟ କରାଗଲା । ମାତ୍ର ସମ୍ପୁର୍ଣ୍ଣ ସୁସ୍ଥ ହୋଇପାରିଲେନି । ଏବେ ସାଙ୍ଗ ସାଥୀଙ୍କ ସହୟତାରେ ଚିକିତ୍ସିତ ହେବା ପରେ ଦରକାର ହେଉଛି ଅଧିକ ଅର୍ଥ । ସବୁଠୁ ବଡ କଥା ହେଲା ଟୁକୁନାଙ୍କ ପାଇଁ ଏହି ବନ୍ଧୁ ମାନେ ପାଲଟିଛନ୍ତି ଆଶ୍ରା ଭରସା । ଟୁକୁନାଙ୍କ ଚିକିତ୍ସାର ସମସ୍ତ ଦାୟିତ୍ୱ ଏମାନେ ନେଇଛନ୍ତି ।

ସାଙ୍ଗସାଥୀଙ୍କ ସହ ଗାଁର ଲୋକମାନ ଟଙ୍କା ଆଦାୟ କରି ଟୁକୁନାଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଇଥିଲେ । ହେଲେ ଅଧିକ ଅର୍ଥ ଦରକାର ଯୋଗୁ ଶଯ୍ୟାଶାୟୀ ହୋଇପଡିଛନ୍ତି ଟୁକୁନା । ଶେଷରେ ନିଜ ବନ୍ଧୁ ମାନଙ୍କ ସହାୟତାରେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଥିଲେ । ଟୁକୁନାଙ୍କୁ ଏବେ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତି କରାଯାଇଛି । ଚିକିତ୍ସା ସମୟରେ ତାଙ୍କୁ ଜଗି ରହିଛନ୍ତି ତାଙ୍କର ବନ୍ଧୁ ମାନେ । କେହିନଥିବା ବେଳେ ଟୁକୁନାଙ୍କୁ ଅସହାୟ ଅବସ୍ଥାରେ ସହଯୋଗ କରିଛନ୍ତି ତାଙ୍କର ବନ୍ଧ ମାନେ ।