ନନ୍ଦକାନନ ଆସିବ ଚିତା । ୨ଟି ଆଫ୍ରିକୀୟ ଚିତା ବାଘ ଆଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଆରମ୍ଭ କରିଛନ୍ତି ପ୍ରକ୍ରିୟା

258

କନକ ବ୍ୟୁରୋ : ଓଡିଶା ଆସିବେ ଚିତା ବାଘ । ନନ୍ଦକାନନ ଆସିବ ଚିତା । ଦୁବାଇରୁ ଦୁଇଟି ଆଫ୍ରିକୀୟ ଚିତା ବାଘ ଆଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୭୦ ବର୍ଷ ପରେ ଭାରତକୁ ଚିତା ବାଘ ଆସିବା ପରେ ଏବେ ଚିତା ବାଘ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୬ମାସ ମଧ୍ୟରେ ଚିତା ବାଘ ଆଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି ।

ନନ୍ଦନକାନନର ଜଳବାୟୁରେ ଚିତା ରହିପାରିବେ । ହେଲେ ଯଦି ବଂଶ ବୃଦ୍ଧି ନହୁଏ ତାହାଲେ ଚିତା ଆଣିବା ବିଫଳ ହେବ ବୋଲି କହିଛନ୍ତି ବିଶେଷଜ୍ଞ । ତେଣୁ ଦୁବାଇର ଏକ୍ସପର୍ଟଙ୍କ ସହ ଆଲୋଚନା କରି ସବୁ ଦିଗପ୍ରତି ଦୃଷ୍ଟି ଦେଇ ଚିତା ବାଘ ଆଣିବାକୁ ପରାମର୍ଶ ଦିଆଯାଇଛି । ତେବେ ନନ୍ଦନକାନନକୁ କେବଳ ଯେ ଚିତା ବାଘ ଆସିବ ତାହା ନୁହେଁ । ଦୁବାଇ ସଫାରିରୁ ଏକାସହ ଦୁଇଟି ଚିତା ବାଘ, ୩ଟି ଧଳା ସିଂହ ଓ ଦୁଇଟି ସିପାଞ୍ଜି ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।