ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ: ହତ୍ୟା ମାମଲାରେ ନାରାୟଣ ରେଡ୍ଡୀଙ୍କୁ ଦଣ୍ଡାଦେଶ

540

କନକ ବ୍ୟୁରୋ: ପୂର୍ବତନ ଛତ୍ରପୁର ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ । ୨୫ ବର୍ଷ ତଳର ଏକ ମାମଲାର ଶୁଣାଣି କରି ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍ ନାରାୟଣ ରେଡ୍ଡୀଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ୧୯୯୮ ମସିହାରେ ଟାଟା ଜମି ଅଧିଗ୍ରହଣବେଳେ ସ୍ଥାନୀୟ ଲୋକେ ଓ ପୋଲିସ କର୍ମଚାରୀଙ୍କ ଭିତରେ ସଂଘର୍ଷ ହୋଇଥିଲା । ଆଉ ଏଥିରେ ତକ୍ରାଳୀନ ରିଜର୍ଭ ଇନସ୍ପେକ୍ଟର ବିନୟ ମେହେରଙ୍କ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ନାରାୟଣ ରେଡ୍ଡୀ ଓ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ସିପିଆଇ ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଏକ ହତ୍ୟା ମାମଲାର ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ୧୯୯୮ ମସିହାରେ ପୁଲିସ ଆରଆଇ ହତ୍ୟା ମାମଲାର ଶୁଣାଣି କରି ବ୍ରହ୍ମପୁର ଜିଲ୍ଲା ଦୌରାଜଜ-୩ ଏହି ରାୟ ଶୁଣାଇଛନ୍ତି । ନାରାୟଣ ରେଡ୍ଡୀଙ୍କ ସହ ଅନ୍ୟ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ତଥ୍ୟ ପ୍ରମାଣ ଓ ସାକ୍ଷୀଙ୍କ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଶୁଣାଣିବେଳେ କୋର୍ଟରେ ନାରାୟଣ ରେଡ୍ଡୀ ଓ ଅନ୍ୟମାନେ କୋର୍ଟରେ ଉପସ୍ଥିତ ଥିଲେ । ନିଜ ପ୍ରତିକ୍ରିୟାରେ ନାରାୟଣ ରେଡ୍ଡୀ କହିଛନ୍ତି, ମାମାଲାରେ ତାଙ୍କୁ ଫସାଯାଇଛି ଓ ସେ ରାୟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଯିବେ ।

୧୯୯୬ ମସିହାରେ ଛତ୍ରପୁର ଉପକଣ୍ଠ ଚମାଖଣ୍ଡି ଥାନା ଅଂଚଳରେ ଟାଟା ଷ୍ଟିଲ ପ୍ରକଳ୍ପ ପାଇଁ ଉଦ୍ୟମ ହୋଇଥିଲା । ଆଉ ପ୍ରକଳ୍ପ ବିରୋଧୀ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିଲେ ନାରାୟଣ ରେଡ୍ଡୀ । ପ୍ରକଳ୍ପକୁ ଜୋରଦାର ବିରୋଧ ହୋଇଥିଲା ।

ଜୁଲାଇ ୧୮, ୧୯୯୮
ଟାଟା ପ୍ରକଳ୍ପ ଜମି ଅଧିଗ୍ରହଣ ସମୟରେ ତୁମୁଳକାଣ୍ଡ
ଏହିଦିନ ଗଞ୍ଜାମ ଜିଲ୍ଲୀ ସିନ୍ଧିଗାଁରେ ଟାଟା ପାଇଁ ଜମି ଅଧିଗ୍ରହଣ ବେଳେ ଗଣ୍ଡଗୋଳ ହୋଇଥିଲା ।
ପୋଲିସ-ଜନତା ମଧ୍ୟରେ ସଂଘର୍ଷ ହୋଇଥିଲା
ଜିଲ୍ଲାପାଳ ଓ ଏସପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା
ସଂଘର୍ଷ ବେଳେ ବୋମାମାଡରେ ତକ୍ରାଳୀନ ରିଜର୍ଭ ଇନସ୍ପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ହୋଇଥିଲା
ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା
ବର୍ତମାନ ମୁଖ୍ୟ ଅଭିଯୁକ୍ତଙ୍କ ସହ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି ।
ଆଉ ଘଟଣାର ୨୫ ବର୍ଷ ପରେ ମାମଲାର ବିଚାର କରି ନାରାୟଣ ରେଡ୍ଡୀ ଓ ଅନ୍ୟମାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ ।

କୋର୍ଟଙ୍କ ଆଦେଶ ପରେ ନାରାୟଣ ରେଡ୍ଡୀଙ୍କ ସମେତ ଅନ୍ୟ ଦୋଷୀଙ୍କୁ ଜେଲ ପଠାଇଦିଆଯାଇଛି । ୨୦୦୪ରେ ନାରାୟଣ ରେଡ୍ଡୀ ସିପିଆଇ ଟିକେଟରେ ବିଧାନସଭାକୁ ବି ନିର୍ବାଚିତ ହୋଇଥିଲେ ।