ଦିଲ୍ଲୀ ମହାନଗର ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ଝାଡୁ ଧରିଲେ ପୂର୍ବତନ ସାଂସଦ

119

କନକ ବ୍ୟୁରୋ : ଦିଲ୍ଲୀ ମହାନଗର ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଦଳର ପୂର୍ବତନ ସାଂସଦ ମହାବଲ ମିଶ୍ରା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ମହାବଲଙ୍କ ପୁଅ ଆମ୍ ଆଦମୀ ପାର୍ଟି ତରଫରୁ ନିର୍ବାଚନ ଲଢି ବିଧାୟକ ହୋଇସାରିଛନ୍ତି । ମହାବଲ କଂଗ୍ରେସର ପୂର୍ବତନ ସାଂସଦ ଥିବା ବେଳେ ସେ ପୂର୍ବାଞ୍ଚଳ ସମାଜର ଜଣେ ବଡ ନେତା ବୋଲି କୁହାଯାଏ । ମହାବଲ ମିଶ୍ରା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । କେଜ୍ରିୱାଲ ଆଜି ପାହାଡଗଞ୍ଜ ଠାରେ ଏକ ଜନସଭା କରୁଥିବା ବେଳେ ମହାବଳ ଏହି ସଭାରେ ଉପସ୍ଥିତ ରହି ଦଳରେ ଯୋଗ ଦେଇଛନ୍ତି ।

ଏହି ମିଶ୍ରଣ ପର୍ବ ବେଳେ ପୂର୍ବ ସାଂସଦ ମହାବଲ ମିଶ୍ରା ଓ ତାଙ୍କ ବିଧାୟକ ପୁଅ  ବିନୟ ମିଶ୍ରା ମଞ୍ଚରେ ଉପସ୍ଥିତ ଥିଲେ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ମୁଖ୍ୟତ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ହେଉଥିଲେ ବି କଂଗ୍ରେସ ତାର ଉପସ୍ଥିତ ଜାହିର କରବାକୁ ଚେଷ୍ଟା କରିଛି ।