ଗୁଜରାଟରେ ବନ୍ୟା ସ୍ଥିତି : ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଲୋକେ; ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍ ନିୟୋଜିତ

69

କନକ ବ୍ୟୁରୋ : ଗୁଜରାଟରେ ବର୍ଷା ବିତ୍ପାତ । ଦକ୍ଷିଣ ଗୁଜରାଟ ଓ ସୌରାଷ୍ଟ୍ର ଅଞ୍ଚଳର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ତେଣୁ ବନ୍ୟା ଆଶଙ୍କା ଦେଖାଦେଇଛି । ନବସାରୀ, ଆମରେଲି ଓ ଜୁନାଗଡ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଚାରିଆଡେ ପାଣି ମାଡିଯିବାରୁ ଲୋକେ ଏବେ ଜଳବନ୍ଦୀ ହୋଇ ରହିଛନ୍ତି ।

କାଲବୋ ଓ ସୋନରେଖା ନଦୀରେ ବନ୍ୟା ଆସିବାରୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ରାସ୍ତାଘାଟ ଓ ତଳିଆ ଅଞ୍ଚଳରେ ଅନେକ ଘର ଓ ଅଫିସରେ ପାଣି ପଶିଯିବାରୁ ଲୋକେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ ନିୟୋଜିତ ହୋଇଛି । ଅନ୍ୟପଟେ ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି ।