ଝାରସୁଗୁଡାରେ ପ୍ରଥା ଫିଲ୍ମର ପୋଷ୍ଟର ଚିରା ଘଟଣା । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲେ ପ୍ରଯୋଜିକା

1,948

କନକ ବ୍ୟୁରୋ: ଓଲିଉଡ୍ ବିବାଦ ଭିତରେ ଏବେ ମନୋଜ ମିଶ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଥାନାରେ ହେଇଛି ମାମଲା । ଝାରସୁଗୁଡାରେ ପ୍ରଥା ଫିଲ୍ମର ପୋଷ୍ଟର ଚିରିବା ଏବଂ ଏହାକୁ ହଲରୁ ଉଠାଇ ଦିଆଯାଇଛି ବୋଲି ପ୍ରେସମିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି ଫିଲ୍ମର ପ୍ରଯୋଜକ ସନଲିଶା ପଟେଲ । ଏଥିସହିତ ସେ ଅନଲାଇନ୍ ଜରିଆରେ ମନୋଜଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ଏହା ସହ ତାଙ୍କୁ ତୁରନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି ।